Categories: ଜାତୀୟ

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ୍‌…

ଶ୍ରୀନଗର, ୨୯।୧ : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ସ୍ଥାନୀୟ ହାସନପୋରା ବିଜ୍‌ବେହାରା ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ପୋଲିସ ହେଡ୍‌ କନଷ୍ଟେବଳ ଅଲ୍ଲୀ ମହମ୍ମଦ ମାଗରେ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ୍‌ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆତଙ୍କବାଦୀମାନେ ଅଲ୍ଲୀ ମହମ୍ମଦଙ୍କୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲେ। ଏହାପରେ ଆଥଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଲ୍ଲୀଙ୍କୁ ଚିକିତ୍ସା ଲାଗି ଆନନ୍‌-ଫାନନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଆତଙ୍କବାଦୀଙ୍କ ସନ୍ଧାନରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି ବୋଲି କଶ୍ମୀର ଜେନ୍‌ ପୋଲିସ ପକ୍ଷରୁ କୁହାଯାଇଛି।

Share