Posted inଜାତୀୟ

ପାକ କର୍ନଲଙ୍କ ଇସାରାରେ ଆର୍ମି ପୋଷ୍ଟ ଉଡାଇ ଦେବାକୁ ହୋଇଥିଲା ପ୍ରସ୍ତୁତି

ନୂଆଦିଲ୍ଲୀ,୨୫ ।୮: ଆତଙ୍କବାଦ ବିରୋଧରେ ଲଢିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ପୁଣିଥରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ନୌଶେରା ସେକ୍ଟରରୁ ଧରାପଡିଥିବା ଆତଙ୍କବାଦୀମାନେ ପୁଣିଥରେ ପାକିସ୍ତାନର ଅସଲ ମୁଖ୍ୟ ଖୋଲିଛନ୍ତି ।
ଘଟଣା ହେଲା ଗିରଫ ହୋଇଥିବା ଆତଙ୍କବାଦୀ ତବାରକ ତାଙ୍କ ବୟାନରେ କହିଛନ୍ତି ତାଙ୍କ ସହ ଆଉ ୪-୫ ଜଣ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ସହ ଭାରତ ଆସିଛନ୍ତି । ତାଙ୍କ ପିତାଙ୍କ ନାମ ମଲିକ ଓ ସେ ୬ ଭାଇ ଭଉଣୀ ବୋଲି କହିଛନ୍ତି । ତାଙ୍କ ଗାଁ ନାମ ସବ୍ଚକୋଟ ଓ ଏହା ଏଲଓସି ଠାରୁ ୩-୪ କିଲୋମିଟର ଦୂର ବୋଲି ଗିରଫ ଆତଙ୍କବାଦୀ ତବାରକ କହିଛନ୍ତି । ତାଙ୍କୁ ପାକିସ୍ତାନରେ ଆତଙ୍କବାଦର ଟ୍ରେନିଂ ଦିଆଯାଇଛି ଓ ଭାରତରେ ଆକ୍ରମଣ କରିବାକୁ ପଠାଯାଇଥିଲା ।
ତବାରକ କହିଛନ୍ତି ପାକିସ୍ତାନ ଆର୍ମିରେ ଥିବା ଚୌଧୁରୀ ୟୁନିସ ତାଙ୍କୁ ଭାରତ ପଠାଇଛନ୍ତି । ଝଙ୍ଗର ସୀମାରେ ଥିବା ଭାରତୀୟ ଆର୍ମି ପୋଷ୍ଟକୁ ଉଡାଇବାକୁ ତାଙ୍କୁ ପଠାଯାଇଥିବା ସେ କହିଛନ୍ତି । କ୍ୟାମେରା ସାମ୍ନାରେ ତବାରକ ପାକିସ୍ତାନ ଓ ପାକିସ୍ତାନୀ ସେନାର ସମସ୍ତ କଳା କାର୍ଯ୍ୟ ଉପରୁ ପରଦା ଉଠାଇଛନ୍ତି ।
ସୂଚନାଯୋଗ୍ୟ, ଗିରଫ ଆତଙ୍କବାଦୀ ତାର କାଟି ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ନୌସେରା ସେକ୍ଟରରେ ତାଙ୍କୁ ଗିରଫ କରାଯାଇଥିଲା । ଜୀବନ୍ତ ଧରାପଡିଥିବା ଏହି ଆତଙ୍କବାଦୀ ବାଜବା ସେନା ଓ ଆଇଏସର ସମସ୍ତ କଥା ଖୋଲି କହିଛନ୍ତି । ସେ କହିଛନ୍ତି ପାକିସ୍ତାନ ଆର୍ମି ଓ ଆଇଏସ ସ୍କୁଲରେ ଆତଙ୍କବାଦର ପାଠ ପଢାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri