Categories: ଜାତୀୟ

ପାକିସ୍ତାନର ପୋଲ୍‌ ଖୋଲିଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୨୯।୯: ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା କଶ୍ମୀରରେ ଜିହାଦ ନାମରେ ଆତଙ୍କ ବିସ୍ତାର କରିବା ଲାଗିପଡିଛି। ଆତଙ୍କବାଦୀ ସଂଗଠନମାନେ ଯୁବକ ଏବଂ ଗରିବମାନଙ୍କୁ ବାଧ୍ୟତାମୂଳକ ଭାବେ ଆତଙ୍କବାଦୀ ସଂଗଠନରେ ଯୋଗ ଦେବାକୁ ପ୍ରବବର୍ତ୍ତାଉଛନ୍ତି। ଉତ୍ତର କଶ୍ମୀରର ବାରାମୁଳାର ସୀମାନ୍ତ ଜିଲାର ଉରି ସେକ୍ଟରରେ ଧରାପଡିଥିବା ଲଶ୍କର ପାକିସ୍ତାନୀ ଆତଙ୍କବାଦୀ ଅଲି ବାବର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସହ ଥିବା ୬ ଜଣ ଆତଙ୍କବାଦୀଙ୍କ ଦଳ ମୁଖ୍ୟତଃ ପାକିସ୍ତାନୀ-ପଞ୍ଜାବର ଅଟନ୍ତି। ସେ ଗରିବ ହୋଇଥିବାରୁ ତାଙ୍କୁ ଭ୍ରମିତ କରି ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଇଥିଲା। ମା’ଙ୍କ ଚିକିତ୍ସା ପାଇଁ ଆତଙ୍କବାଦୀମାନେ ୨୦ ହଜାର ଟଙ୍କା ଦେଇଥିଲେ। ଏହା ସହିତ ୩୦ ହଜାର ଟଙ୍କା ଦେବାର ପ୍ରତିଶୃତି ମଧ୍ୟ ଦିଆଯାଇଥିଲା। ଅସ୍ତ୍ରଶସ୍ତ୍ର ପରିଚାଳନାରେ ତାଲିମ ପ୍ରାପ୍ତ ହୋଇଥିବା ଅଧିକାଂଶ ଲୋକ ପାକିସ୍ତାନୀ ସେନାର ସୈନିକ ଥିଲେ ବୋଲି ସେ କହିଛନ୍ତି।

Share