Categories: ଜାତୀୟ

ସ୍କୁଲ ପିଲାଙ୍କ ଉପରେ ଆତଙ୍କବାଦୀଙ୍କ ନଜର: ଡିଜିପି

ଶ୍ରୀନଗର, ୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସ୍କୁଲ ପିଲାଙ୍କ ଉପରେ ନଜର ରଖୁଥିବା ଡିଜିପି ଦିଲବାଗ୍‌ ସିଂ ସୂଚନା ଦେଇଛନ୍ତି। ସ୍କୁଲ ପିଲାଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ୍‌ କରାଇବା ଲାଗି ସେମାନେ ଉଦ୍ୟମ କରୁଛନ୍ତି। ଶୋପିଆନ୍‌ ଏବଂ ପୁଳଓ୍ବାମାରେ ଥିବା ମଦ୍ରାସାଗୁଡ଼ିକରେ ଏଭଳି କାର୍ଯ୍ୟ ଅଧିକ ଜାରି ରହିଛି। ଏଠାରେ ପିଲାଙ୍କ ମଧ୍ୟରେ ଦେଓବନ୍ଦ ଚିନ୍ତାଧାରା ବଢ଼ାଇବା ଲାଗି ଶିକ୍ଷାଦାନ କରାଯାଇଛି। ଜମାତ୍‌-ଇ-ଇସଲାମ୍‌ ଏବଂ ସିରାଜ୍‌-ଉଲ୍‌-ଉଲମ୍‌ ଭଳି ପ୍ରତିବନ୍ଧିତ ସଂଗଠନ ଦ୍ୱାରା ଏଭଳି କାର୍ଯ୍ୟ କରାଯାଉଥିବା ଡିଜିପି କହିଛନ୍ତି। କୋମଳମତି ଶିଶୁଙ୍କ ମଧ୍ୟରେ ଆତଙ୍କବାଦୀ ଚିନ୍ତାଧାରା ପ୍ରସାର କରିବା ଏଭଳି ପ୍ରତିବନ୍ଧିତ ସଂଗଠନର ମୁଖ୍ୟ ଲକ୍ଷ୍ୟ। ଏହାଦ୍ୱାରା ନୂଆ ଆତଙ୍କବାଦୀ ସୃଷ୍ଟି ହେଉଛନ୍ତି। ଯୋଜନାବଦ୍ଧ ଭାବେ ଏନେଇ ରାଣନୀତି ପ୍ରସ୍ତୁତ କଲେ ଜମ୍ମୁ-କଶ୍ମୀରରେ ଆତଙ୍କବାଦର ଲୋପ ଘଟିବ ବୋଲି ସେ କହିଛନ୍ତି।

Share