ଶ୍ରୀନଗର,୨।୧: ଜମ୍ମୁ-କଶ୍ମୀରର ପୁଲଓ୍ବାମାର ତ୍ରାଲ୍ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍ ମାଡ଼ କରିଛନ୍ତି। ଏଥିରେ ୮ ସାଧାରଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍ଷ୍ୟଭ୍ରଷ୍ଟ୍ ହୋଇ ବଜାରର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଗ୍ରେନେଡ୍ଟି ବିସ୍ଫୋରଣ ହୋଇଥିଲା। ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତଦନ୍ତ ଜାରି ରହିଛି।