Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୪।୯: ଜମ୍ମୁ-କଶ୍ମୀରର ରିୟାସି ଜିଲାର ଚସାନା ନିକଟରେ ସୋମବାର ସର୍ଚ୍ଚ ଅପରେଶନ ବେଳେ ଭାରତୀୟ ସେନା ଏବଂ ଆତଙ୍କବାଦୀ ମୁହଁାମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଏଡିଜିପି ମୁକେଶ ସିଂ କହିଛନ୍ତି ଯେ, ସୋମବାର ଦୁଇ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ଯାହା ଆଧାରରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଚସାନାର ତୁଲି ଅଞ୍ଚଳର ଗଲି ସୋହାବରେ ଏନକାଉଣ୍ଟର ଚାଲିଛି।

Share