Categories: ଜାତୀୟ

କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ

କୁଲଗାମ,୧୩।୮: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କାବଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜମ୍ମୁ-ଶ୍ରୀନଗର ରାଜପଥରେ ଦକ୍ଷିଣ କାଶ୍ମୀର କୁଲଗାମ ଜିଲାର କାଜିଗୁଣ୍ଡରେ ଗୁରୁବାର ଦ୍ୱିପ୍ରହରରେ ବିଏସ୍‌ଏଫ୍‌ର ପାଟ୍ରୋଲିଂ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହି ଆକ୍ରମଣ ପରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ତେବେ ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଏକ ବିଲ୍ଡିଂରେ ଲୁଚି ରହିଥିଲେ। ସୁରକ୍ଷାକର୍ମୀ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଥିବା ବେଳେ ଏଥିରେ ସେମାନେ ଅରାଜି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିଲା। ତେବେ ଶୁକ୍ରବାର ସୁରକ୍ଷାକର୍ମୀ ଆଉ ଜଣେ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି। ଉଭୟ ଆତଙ୍କବାଦୀ ଲଶ୍କର-ଏ-ତୋଏବା ସଂଗଠନର ବୋଲି କୁହାଯାଇଛି। ଗୋଟିଏ ଦିନ ପରେ ସ୍ବାଧୀନତା ଦିବସ ଥିବା ବେଳେ ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତିି ଆତଙ୍କବାଦୀ।

Share