Categories: ଜାତୀୟ

ବାରମୂଳାରେ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ: ୩ ଲଶ୍କର ସହଯୋଗୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର,୧୧।୯ : ଜମ୍ମୁ-କଶ୍ମୀର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବାରମୁଳା ପୋଲିସ ଏକ ବଡ ଆତଙ୍କବାଦୀ ନିଯୁକ୍ତି ମଡ୍ୟୁଲର ପର୍ଦ୍ଦାଫାଶ କରିଛି। ଏହା ସହିତ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ତିନି ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। କୁହାଯାଉଛି ବନ୍ଦୀ ହୋଇଥିବା ଆତଙ୍କବାଦୀ ସହଯୋଗୀମାନେ ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ସଂଗଠନରେ ସାମିଲ କରୁଥିଲେ।

ନ୍ୟୁଜ ଏଜେନ୍ସି ଅନୁଯାୟୀ ବାରମୁଳା ପୋଲିସ ଏନେଇ ସୂଚନା ପ୍ରଦାନ କରିଛି। ସୂଚନାନୁସାରେ, ଗିରଫ ଆତଙ୍କବାଦୀମାନେ ୪ ଜଣ ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ନିଯୁକ୍ତି ଦେବାକୁ ଯାଉଥିଲେ। ଏହାପୂର୍ବରୁ ପୋଲିସ ଗୁପ୍ତ ସୂଚନା ପାଇ ସେମାନଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କଠାରୁ ୩ ଟି ହ୍ୟାଣ୍ଡ ଗ୍ରେନେଡ ଏବଂ ୩୦ ଲାଇଭ ରାଉଣ୍ଡ ଏକେ-୪୭ ଜବତ କରିଛି। ଏହା ବ୍ୟତୀତ ଅନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ସେମାନଙ୍କଠାରୁ ଜବତ କରାଯାଇଛି।

ବାରମୁଳା ପୋଲିସର ସୂଚନାନୁସାରେ, ଗିରଫ ହୋଇଥିବା ଆତଙ୍କବାଦୀ ସହଯୋଗୀଙ୍କ ବିରୋଧରେ ପୋଲିସ ଷ୍ଟେଶନ କ୍ରେରିରେ ୟୁଏ (ପି) ଏବଂ ଆର୍ମସ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ ହୋଇଛି।

Share