Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣ ଯୋଜନା: ପ୍ରୟାଗରାଜରୁ ଗିରଫ ହେଲେ ଓସାମାଙ୍କ ଚାଚା

ନୂଆଦିଲ୍ଲୀ,୧୮ ।୯: ଦେଶରେ ଆତଙ୍କବାଦୀ ଆକ୍ରମଣ ଯୋଜନା ସମ୍ପର୍କରେ ଜଣାପଡିବା ପରେ ଦିଲ୍ଲୀ ପୋଲିସ ହୁମୈଦ ଉର ରହମାନଙ୍କୁ ଖୋଜୁଥିଲା । ଶେଷରେ ଶୁକ୍ରବାର ତାଙ୍କୁ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଗିରଫ କରିଛି । ପ୍ରୟାଗରାଜ ପୋଲିସ ହୁମୈଦଙ୍କୁ ଗିରଫ କରିଛି । ଏବେ ତାଙ୍କୁ ପୋଲିସ ଓ ଅନ୍ୟ ଏଜେନ୍ସି ପଚରା ଉଚରା କରୁଛନ୍ତି । ସୂଚନାଯୋଗ୍ୟ, ପ୍ରୟାଗରାଜର କରୈଲି ପୋଲିସକୁ ୟୁପି ଏଟିଏସ୍ ଓ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରୁ ଏକ ଇନପୁଟ ମିଳିଥିଲା । ଏହାରି ଆଧାରରେ ପ୍ରୟାଗରାଜ ପୋଲିସ ହୁମୈଦଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ଦିଲ୍ଲୀରୁ ଧରାପଡିଥିବା ଆତଙ୍କବାଦୀ ଓସାମା ଏହି ହୁମୈଦଙ୍କ ଚାଚା । ଏମାନେ ସମସ୍ତେ ମିଶି ଦେଶରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିବା ସହ ବଡ ବଡ ଆତଙ୍କବାଦୀ ସଙ୍ଗଠନ ସହ ଏମାନଙ୍କର ହାତ ରହିଥିବା ପୂର୍ବରୁ ଜଣାପଡିଛି ।

Share