Categories: ଜାତୀୟ

ଶ୍ରୀନଗରରେ ଦ୍ୱିତୀୟ ଆକ୍ରମଣ: ସିସିଟିଭିରେ କଏଦ ହେଲା ଆତଙ୍କବାଦୀଙ୍କ ଲାଇଭ୍ ଭିଜୁଆଲ୍‌

ଶ୍ରୀନଗର,୧୯ ।୨: ଜମ୍ମୁ-କଶ୍ମୀରରେ ପୁଣିଥରେ ପୋଲିସକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ବାରାଜୁଲ୍ଲା ଅଞ୍ଚଳରେ ଆତଙ୍କବାଦୀମାନେ ଶୁକ୍ରବାର ଦ୍ୱିପ୍ରହରରେ ପୋଲିସ ଉପରେ ଆଖିବୁଜା ଗୁଳି ଚଳାଇଛନ୍ତି । ଏଥିରେ ୨ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଜମ୍ମୁ-କଶ୍ମୀର ପୋଲିସ ଦ୍ୱାରା ଉକ୍ତ ଅଞ୍ଚଳକୁ ସିଲ୍ କରାଯିବା ସହ ସର୍ଚ୍ଚ ଅପରେଶନ ଜାରି କରାଯାଇଛି । ପୋଲିସ ଉପରେ ଆକ୍ରମଣ କରୁଥିବା ବେଳେ ଆତଙ୍କବାଦୀଙ୍କ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଆତଙ୍କବାଦୀ ହାତରେ ଏକେ-୪୭ ରାଇଫଳରୁ ଆଖିବୁଜା ଗୁଳି ଚଳାଉଥିବା ଦେଖାଯାଇଛି । ଉକ୍ତ ଆତଙ୍କବାଦୀ ମାର୍କେଟ ଭିତରେ ନଜର ଆସିଛି । ସିସିଟିଭିରେ ଜଣେ ଆତଙ୍କବାଦୀ ଦୃଶ୍ୟ ହେଉଥିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା ଘଟଣା ୨ ଆତଙ୍କବାଦୀ ଘଟାଇଛନ୍ତି । ଏବେ ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେଶନ ଚାଲିଛି ।

Share