Categories: ଜାତୀୟ

ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଉଲ୍‌-ହିନ୍ଦ୍‌ ଦାୟୀ !

ନୂଆଦିଲ୍ଲୀ, ୩୦।୧: ରାଜଧାନୀ ଦିଲ୍ଲୀରେ ଇସ୍ରାଏଲ୍‌ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଉଲ୍‌-ହିନ୍ଦ୍‌ ଦାୟୀ ନିଜକୁ ଦାୟୀ କରିଛି। ସଂଗଠନର ସୋସିଆଲ୍‌ ମିଡ଼ିଆ ପ୍ଳାଟଫର୍ମରେ ଏନେଇ ସୂଚନା ଦିଆଯାଇଛି। ଘଟଣାସ୍ଥଳରୁ ମିଳିଥିବା ବନ୍ଦ ଲଫାପାରେ ଥିବା ଏକ ଧମକ ଭରା ଚିଠିରେ ଏହି ଆଇଇଡ଼ି ବିସ୍ଫୋରଣକୁ ଟ୍ରେଲର ବୋଲି କୁହାଯାଇଥିଲା। ସେହିପରି ଇରାନ ସୈନ୍ୟ କମାଣ୍ଡର ସୁଲେମାନୀ ଏବଂ ଆଣବିକ ବୈଜ୍ଞାନିକ ମୋହସିନ୍‌ ଫଖରଜାଦେହଙ୍କ ହତ୍ୟାର ପ୍ରତିଶୋଧ ନିଆ ଯିବ ବୋଲି ଚିଠିରେ ଉଲ୍ଲେଖ ହୋଇଥିଲା। ଆତଙ୍କବାଦୀ ସଂଗଠନ ପକ୍ଷରୁ ଦାବି କରାଯାଇଥିବା ଘଟଣାର ସତ୍ୟସତ୍ୟ ଯାଞ୍ଚ୍‌ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଜାରି ରହିଛି। ସ୍ପେଶାଲ କ୍ରାଇମ୍‌ ସେଲ୍‌ ଏବଂ ଏନ୍‌ଆଇଏ ପକ୍ଷରୁ ଏଥିରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।

Share