Categories: ଜାତୀୟ

ପୋଲିସ ଉପରେ କରିଥିବା ଆକ୍ରମଣର ଭିଡିଓ ଭାଇରାଲ କଲା ଆତଙ୍କବାଦୀ ସଙ୍ଗଠନ

ଜମ୍ମୁ,୧୪ ।୭: ଶ୍ରୀନଗରର ଲାଲ ବଜାରରେ ମଙ୍ଗଳବାର ଜମ୍ମୁ-କଶ୍ମୀର ପୋଲିସ ଉପରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣ ଘଟଣାର ଭିଡିଓ ଏକ ଆତଙ୍କବାଦୀ ସଙ୍ଗଠନ ଜାରି କରିଛି । ୩୯ ସେକେଣ୍ଡର ଏହି ଭିଡିଓକୁ ବଡି କ୍ୟାମେରା ସାହାଯ୍ୟରେ ରେକର୍ଡ କରାଯାଇଛି । ଏଥିରେ ସ୍ପଷ୍ଟ ଦେଖାଯାଉଛି ପିସ୍ତଲ ନେଇ ଜଣେ ଆତଙ୍କବାଦୀ ପୋଲିସ କର୍ମୀଙ୍କ ଉପରକୁ ଗୁଳି ଚାଳନା କରୁଛନ୍ତି ।
ଏହାପରେ ଉକ୍ତ ଆତଙ୍କବାଦୀ ଗାଡିରେ ଥିବା ଜଣେ ପୋଲିସକୁ ଟାର୍ଗେଟ କରୁଛନ୍ତି । ଲଗାତାର ପାୟରିଂ ପରେ ପିସ୍ତଲର ମ୍ୟାଗଜିନ ବଦଳାଇ ଗଛ ନିକଟରେ ଠିଆ ହୋଇଥିବା ଜଣେ ପୋଲିସକୁ ଟାର୍ଗେଟ କରୁଛନ୍ତି । ଏହି ଭିଡିଓରେ ଗୁଳି ଚଳାଉଥିବା ଆତଙ୍କବାଦୀ ଧାର୍ମିକ ସ୍ଲୋଗାନ ଦେଉଥିବା ସ୍ପଷ୍ଟଭାବେ ଶୁଣାଯାଉଛି ।

Share