Categories: ଜାତୀୟ

କୁଲଗାମରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନ: ୩ ଯବାନ ଶହୀଦ…

ଶ୍ରୀନଗର,୫।୮ : ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନରେ ୩ ଜଣ ସେନା ଯବାନ ଶହୀଦ ହୋଇଛନ୍ତି। ହାଲାନ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ଶୁକ୍ରବାର ସନ୍ଧ୍ୟାରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହା ସେନା ଏବଂ ପୋଲିସର ମିଳିତ ଅପରେଶନ ଥିଲା। ଯବାନମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରିବା ମାତ୍ରେ ପ୍ରଥମେ ଆତଙ୍କବାଦୀମାନେ ସେମାନଙ୍କ ଉପରେ ପ୍ରବଳ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ମୁକାବିଲାରେ ଯବାନମାନେ ଶହୀଦ ହୋଇଥିଲେ।

ସେନାର ୧୫ ତମ କର୍ପସ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଏହି ଟୁଇଟରେ ଆହୁରି କୁହାଯାଇଛି କୁଲଗାମରେ ହାଲାନର ଉଚ୍ଚସ୍ଥାନରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁପ୍ତଚର ସୂଚନା ଆଧାରରେ ମିଳିତ ସୁରକ୍ଷା ବାହିନୀଙ୍କ ଦ୍ୱାରା ଏକ ଅପରେଶନ ଆରମ୍ଭ କରାଯାଇଥିଲା ଏହି ଅଞ୍ଚଳକୁ ଅତିରିକ୍ତ ଫୋର୍ସ ପଠାଯାଇଛି ଏବଂ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

Share