Categories: ଜାତୀୟ

ପୁଣି ସାଧାରଣ ନାଗରିକଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ

ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସୁଧୁରିବାର ନାଁ ନେଉନାହାନ୍ତି। ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବାକୁ ସେମାନେ ପୁଣି ଥରେ ସେମାନଙ୍କୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ରବିବାର ପୁଣି ଥରେ ସାଧାରଣ ନାଗରିକଙ୍କୁ ଗୁଳି ଚଳାଇଛନ୍ତି। ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ଦୁଇଜଣ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ଉଭୟ ବିହାରର ବାସିନ୍ଦା। ନିକଟରେ ପୁଲୱାମା ଏବଂ ଶ୍ରୀନଗରରେ ଆତଙ୍କବାଦୀମାନେ ଦୁଇ ଜଣଙ୍କୁ ହତ୍ୟା କରିଥିଲେ। ବିହାରର ବାସିନ୍ଦା ଅରବିନ୍ଦ କୁମାରଙ୍କୁ ଶ୍ରୀନଗରରେ ହତ୍ୟା କରାଯାଇଥିଲା।

Share