Categories: ଜାତୀୟ

ସୋପୋରେ ଆତଙ୍କବାଦୀ ଆକ୍ରମଣ: ୨ସୁରକ୍ଷାକର୍ମୀ ଶହୀଦ

ସୋପୋରେ,୧୨।୬: ଜମ୍ମୁ-କଶ୍ମୀର ସୋପୋରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ବେଳେ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଶନିବାର ସୋପୋରେର ଆରାମପୋରାରେ ପୋଲିସ ଓ ସିଆରପିଏଫ୍‌ର ମିଳିତ ଟିମ୍‌ ଉପରେ ଆତଙ୍କବାଦୀ ଅଚାନକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨ଜଣ ପୋଲିସକର୍ମୀ ଶହୀଦ ହୋଇଥିବା ବେଳେ ୨ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ କରାଯାଇ ଆତଙ୍କବାଦୀଙ୍କ ସନ୍ଧାନ ଜାରି ରହିଛି। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ହାତ ରହିଛି ବୋଲି ଆଇଜି ବିଜୟ କୁମାର କହିଛନ୍ତି।

Share