Categories: ଜାତୀୟ

ଯବାନଙ୍କ ଉପରକୁ ଗ୍ରେନେଡ୍‌ ଫିଙ୍ଗିଲେ ଆତଙ୍କବାଦୀ: ଜଣେ ଶହୀଦ, ୪ ଆହତ

ବାନ୍ଦିପୋରା,୧୧।୨: ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶୁକ୍ରବାର ଜଣେ ଏସ୍‌ପିଓର ଯବାନ ଶହୀଦ ହୋଇଛନ୍ତି। ଏଥିସହ ୪ ଜଣ ଯବାନ ଆହତ ହେବାର ଖବର ମିଳିଛି। ତେବେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ସାହାର୍ଯ୍ୟରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏହାପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ପ୍ରକାଶ ଯେ, ଉଭୟ ଜମ୍ମୁ-କଶ୍ମୀର ପୋଲିସ ଏବଂ ଭାରତୀୟ ସେନା ପକ୍ଷରୁ ଗତ କିଛି ମାସ ଧରି ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଛି। ଏହାକୁ ନେଇ ସେମାନେ ଆକ୍ରୋଶ ଦେଖାଉଛନ୍ତି।

Share