Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ପୁଲୱାମା,୧୭।୭: ଦକ୍ଷିଣ କଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀର ଏକ ଟିମ୍‌ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଜଣେ ସିଆରପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ସ୍ଥାନୀୟ ପୋଲିସ ଏବଂ ସିଆରପିଏଫ୍‌ କର୍ମଚାରୀମାନେ ନାକାରେ ଯାଞ୍ଚ କରୁଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଟିମ୍‌ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ଗୋଙ୍ଗୁ କ୍ରସିଂ ଅଞ୍ଚଳରେ ବୋଲି ଜଣାପଡିଛି। ଆକ୍ରମଣ ପରେ ସୁରକ୍ଷା ବାହିନୀ ଆଗରେ ରହି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ସୁରକ୍ଷା ବାହିନୀର ଅନ୍ୟ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଖପାଖ ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେଶନ ଚାଲିଛି।

Share