ଆବୁଜା,୩୦।୧୧: ଆତଙ୍କବାଦୀମାନେ ୧୧୦ ଜଣ ସାଧାରଣ ଲୋକଙ୍କ ମୁଣ୍ଡକାଟି ହତ୍ୟା କରିଛନ୍ତି। ଏଭଳି ଅମାନବୀୟ ଘଟଣା ନାଇଜେରିଆରେ ଘଟିଛି। ଆତଙ୍କବାଦୀ ସଂଗଠନ ବୋକା ହାରାମ ପକ୍ଷରୁ ଏଭଳି କରାଯାଇଥିବା କୁହାଯାଉଛି। ଆତଙ୍କବାଦୀମାନେ ଲୋକଙ୍କର ହାତଗୋଡ଼ ବାନ୍ଧି ମୁଣ୍ଡ କାଟିଥିବା ଜାତିସଂଘର ମାନବୀୟ ସମନ୍ବୟକ ଏଡଓ୍ବର୍ଡ କଲ୍ଲୋନ ସୂଚନା ଦେଇଛନ୍ତି। ଉତ୍ତର-ପଶ୍ଚିମ ନାଇଜେରିଆର ବୋକୋ ହାରାମ ସଂଗଠନ ସକ୍ରିୟ ରହିଥିବାବେଳେ ଏଠାରେ ସାଧାରଣ ଲୋକଙ୍କ ଉପରେ ଆତଙ୍କବାଦୀ ନିର୍ଯାତନା ବଢ଼ିବାରେ ଲାଗିଛି। ମୃତକମାନେ ଦିନ ମଜୁରିଆ ଥିଲେ। ମୃତକଙ୍କ ମଧ୍ୟରେ କେତେକ କୃଷକ ଏବଂ ଧୀବର ରହିଥିବା କୁହାଯାଉଛି। କାମ ପାଇଁ ଆସିଥିଲେ। ହତ୍ୟା କରିବା ପରେ ମୃତକଙ୍କ ସ୍ତ୍ରୀ ଏବଂ ଝିଅମାନଙ୍କୁ ଆତଙ୍କବାଦୀମାନେ ବନ୍ଧକ ରଖିଥିବା କଲ୍ଲୋନ କହିଛନ୍ତି। ମୃତଦେହ ଗୁଡ଼ିକୁ ସେମାନଙ୍କ ଗାଁକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି।