Categories: ଜାତୀୟ

ଶ୍ରୀନଗରର ବୋମିନାରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୫ ।୧୧: ଶ୍ରୀନଗରର ବୋମିନା ଅଞ୍ଚଳରେ ଥିବା ସ୍କିମସ୍ ହସ୍ପିଟାଲ ନିକଟରେ ଶୁକ୍ରବାର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିବା ସୂଚନା ମିଳିଛି । ଏଥିରେ କେହି ଆହତ ହୋଇ ନ ଥିବା କୁହାଯାଉଥିବା ବେଳେ ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେଶନ ଜାରି ରହିଛି । ସୁରକ୍ଷାର୍କମୀଙ୍କ ଉପରକୁ ଆକ୍ରମଣ କରି ଆତଙ୍କବାଦୀମାନେ ଲୋକ ଗହଳି ଭିତରେ ଖସି ପଳାଇ ଯିବାକୁ ସକ୍ଷମ ହୋଇଛନ୍ତି । କୁହାଯାଉଛି କି ଏହି ଆକ୍ରମଣ ପଛରେ ହାଇବ୍ରିଡ ଆତଙ୍କବାଦୀଙ୍କ ହାତ ରହିଛି । ଘାଟିରେ ହେଉଥିବା ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଆତଙ୍କବାଦୀ ସଙ୍ଗଠନ ଏହିଭଳି ଆକ୍ରମଣ ଯୋଜନା କରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି ।

Share