Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ଶହୀଦ

ଜମ୍ମୁ,୧୭।୮: ଜମ୍ମୁ-କଶ୍ମୀରର ବାରମୂଳାରେ ଆତଙ୍କବାଦୀମାନେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି। ବାରମୂଳାର କ୍ରେରି ଅଞ୍ଚଳରେ ସିଆର୍‌ପିଏଫ୍‌ ଓ ପୋଲିସର ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଗୁଳି ବର୍ଷଣ କରିଛନ୍ତି। ଏଥିରେ ଜମ୍ମୁ-କଶ୍ମୀର ପୋଲିସର ଜଣେ ଏସ୍‌ପିଓ ଓ ସିଆର୍‌ପିଏଫ୍‌ର ୨ ଯବାନ ଶହୀଦ ହୋଇଥିବା ସୂଚନା ଦେଇଛନ୍ତି କଶ୍ମୀର ଜୋନ୍‌ର ଆଇଜି। ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାଉ କରି ଆତଙ୍କବାଦୀଙ୍କୁ ଖୋଜା ଚାଲିଥିବା ସୂଚନା ମିଳିଛି। ଏହା ପୂର୍ବରୁ ରବିବାର ବିଳମ୍ବିତ ରାତିରେ ଦକ୍ଷିଣ-କଶ୍ମୀର ପୁଲଓ୍ବାମା ଜିଲାରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିଦେବା ସହ କିଛି ଆଇଇଡି ମଧ୍ୟ ଉଦ୍ଧାର କରିଥିଲେ। ପରେ ଏହାକୁ ନଷ୍ଟ କରି ଦିଆଯାଇଥିଲା।

Share