ଘରେ ଆତଙ୍କବାଦୀଙ୍କୁ ଲୁଚାଇ ରଖିଥିବା ଅଭିଯୋଗରେ ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ

ଇସଲାମାବାଦ,୧୮।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି। ଇମ୍ରାନଙ୍କ ଲାହୋର ସ୍ଥିତ ବାସଭବନରେ ବାହାର ପୋଲିସ ବୁଧବାରଠାରୁ ଡେରା ପକାଇଛି। ପୋଲିସ ତାଙ୍କୁ ଯେ କୌଣସି ମୁହୂର୍ତ୍ତରେ ଗିରଫ କରିପାରେ।
ପୋଲିସ ଦାବି କରିଛି କି ଇମ୍ରାନ ଖାଁଙ୍କ ଘରେ କେତେଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ଆତଙ୍କବାଦୀଙ୍କୁ ଗିରଫ କରିବାକୁ ପୋଲିସ ଯେ କୌଣସି ସମୟରେ ଅପରେଶନ ଆରମ୍ଭ କରିପାରେ। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ କହିଛି ଜମା ପାର୍କ ଆଡକୁ ଯାଉଥିବା ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଏହାସହ ଉକ୍ତ ଅଞ୍ଚଳରେ ବହୁ ପରିମାଣରେ ପୋଲିସ ମୁତୟନ କରାଯାଇଛି।

Share