Categories: ଜାତୀୟ

ଭାରତରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀଙ୍କ ନୂଆ ଷଡ଼ଯନ୍ତ୍ର: ଲଞ୍ଚପ୍ୟାଡରେ ସୁଯୋଗ ଉଣ୍ଡି ବସିଛନ୍ତି ୨୦୦ ଜଣ…

ଶ୍ରୀନଗର,୨୬।୧୨ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀଙ୍କ ଦ୍ୱାରା ୧୮ଟି ଟ୍ରେନିଂ କ୍ୟାମ୍ପ ଏବଂ ୩୭ ଟି ଲଞ୍ଚ ପ୍ୟାଡ ଏବେ ସକ୍ରିୟ କରାଯାଇଛି ଯେଉଁଥିରେ ୨୦୦ ଆତଙ୍କବାଦୀ ସୁଯୋଗ ପାଇବା ମାତ୍ରେ ଭାରତରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି। ଏହି ଆତଙ୍କବାଦୀ ତାଲିମ ଶିବିରଗୁଡିକ ଅଲ ବଦର, ଜୈଶ ଏବଂ ହିଜବୁଲ ମୁଜାହିଦ୍ଦିନ ସଂଗଠନ ଦ୍ୱାରା ପରିଚାଳିତ ହେଉଛି। ଆତଙ୍କବାଦୀ ସଂଗଠନ ପକ୍ଷରୁ ପିଓକେର ହାଜି ପୀର ସେକ୍ଟର, ଫରୱାର୍ଡ କହୁଟା, ପଢ଼ ମୋହଲ୍ଲା, ରଙ୍କଡି, ସିଢ଼ିୟାଂ, କୋଟଲି, ଲୀଲା ଉପତ୍ୟକା, ନୀଲମ ଉପତ୍ୟକ ଲଞ୍ଚ ପ୍ୟାଡ ପ୍ରସ୍ତୁତ କରାଯାଇଛି। ଆତଙ୍କବାଦୀଙ୍କୁ ପାକିସ୍ତାନୀ ସେନା ପକ୍ଷରୁ ପାକିସ୍ତାନର ଏସଏସଜି କମାଣ୍ଡୋମାନେ ଜଙ୍ଗଲର ଗରିଲା ଯୁଦ୍ଧ ଏବଂ ମାର୍ଶଲ ଆର୍ଟ ତାଲିମ ପ୍ରଦାନ କରୁଛନ୍ତି।

ଆତଙ୍କବାଦୀମାନେ ସୀମା ନିକଟରେ ପାକିସ୍ତାନୀ ସେନାର ପୋଷ୍ଟରେ ଛାଉଣି କରିଛନ୍ତି ଏବଂ ଏଠାରୁ ସେମାନେ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସେମାନଙ୍କୁ ନିକଟରେ ଥିବା ଆତଙ୍କବାଦୀ ଶିବିରରେ ତାଲିମ ଦିଆଯାଉଛି। କଶ୍ମୀରର ରାଜୌରୀ ଏବଂ ପୁଞ୍ଚ ଅଞ୍ଚଳରୁ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରାଯାଉଛି। ଏଠାରେ ରିପୋର୍ଟ ହୋଇଛି ଆତଙ୍କବାଦୀମାନେ ପୁଣି ଥରେ ପିଓକେରେ ସକ୍ରିୟ ହୋଇଛନ୍ତି। ଅନୁପ୍ରବେଶ ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛନ୍ତି। ତେବେ ଭାରତୀୟ ସେନା ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସଜାଗ ରହିଛନ୍ତି।

Share