Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ସରପଞ୍ଚ ହତ୍ୟା ଘଟଣାରେ ସମ୍ପୃକ୍ତ ୫ ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୪।୫: ଜମ୍ମୁ-କଶ୍ମୀର ପୋଲିସ ଲଶ୍କର-ଇ-ତୋଏବାର ୫ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ୩ଜଣ ଆତଙ୍କବାଦୀ ବାରମୁଳା ଜିଲା ସରପଞ୍ଚ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ସୁଚନା ଦେଇଛି। ମଙ୍ଗଳବାର ସ୍ବତନ୍ତ୍ର ଅପରେଶନ୍‌ ଦ୍ୱାରା ବାରମୁଳାରୁ ୩ ଏବଂ ଶ୍ରୀନଗରରୁ ୨ଜଣ ଆତଙ୍କବାଦୀଙ୍କୁ ପୋଲିସ କାବୁ କରିଥିଲା। ସେମାନଙ୍କଠାରୁ ୧୫ଟି ପିସ୍ତଲ, ୩୦ଟି ମାଗାଜିନ୍‌ ଏବଂ ୩୦୦ ରାଉଣ୍ଡ ଗୁଳି ପୋଲିସ ଜବତ କରିଛି। ସ୍ଥାନୀୟ ପୋଲିସ ପାଇଁ ଏହା ଏକ ବଡ଼ ସଫଳତା ବୋଲି ଜମ୍ମୁ-କଶ୍ମୀର ପୋଲିସ ଆଇଜି କହିଛନ୍ତି।

Share