Categories: ଜାତୀୟ

ଆତଙ୍କବାଦୀଙ୍କ ନୂଆ ଟ୍ରେନିଂକୁ ନେଇ ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ,୬।୮: ଏହା ଏକ ଭିନ୍ନ କଥା ଯେ ବର୍ତ୍ତମାନ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବହୁ ପରିମାଣରେ ବନ୍ଦ କରି ଦିଆଯାଇଛି। ଏହା ସତ୍ତ୍ୱେ ଆତଙ୍କବାଦୀ ସଂଗଠନଗୁଡ଼ିକ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ବୋଲି କୌଣସି ଦାବି କରାଯାଇପାରିବ ନାହିଁ। ନିକଟରେ ବେଙ୍ଗାଲୁରୁରେ ଧରାଯାଇଥିବା ଆତଙ୍କବାଦୀ ମଡ୍ୟୁଲକୁ ଦେଖି ଏହାର ଉଦାହରଣ ଭାବେ ନିଆଯାଇପାରେ।
ଏବେ ପ୍ରଶ୍ନ ଉଠୁଛି ଯେ ସେମାନଙ୍କୁ କିଏ ଆତଙ୍କବାଦୀ ତାଲିମ ଦେଉଛି। ଯେତେବେଳେ ସେମାନେ ବାହାରୁ ଆସନ୍ତି ନାହିଁ ସେତେବେଳେ ଦେଶ ଭିତରେ କିଏ ସେମାନଙ୍କୁ ତାଲିମ ଦେଉଛନ୍ତ। କର୍ଣ୍ଣାଟକ ପୋଲିସର ଏକ ସୂତ୍ର ଅନୁଯାୟୀ, ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯାହା ସ୍ଥାନୀୟ ପୋଲିସ ତଥା ଦେଶର ସୁରକ୍ଷା ଏଜେନ୍ସିର ଚିନ୍ତା ବଢାଇ ଦେଇଛି।
ଜୁଲାଇ ୧୮ରେ କର୍ଣ୍ଣାଟକରେ ଆତଙ୍କବାଦୀ ମଡ୍ୟୁଲ ଗିରଫ ହେବା ପରେ ଅନେକ ତଥ୍ୟ ପଦାକୁ ଆସିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସୟଦ ସୁହେଲ ଖାନ (୨୪), ମହମ୍ମଦ ଉମର (୨୯), ଜାହିଦ ତବରେଜ (୨୫), ସୟଦ ମୁଦାସିର ପାଶା (୨୮) ଏବଂ ମହମ୍ମଦ ଫୈସଲ (୩୦) ଅଛନ୍ତି। ସମସ୍ତେ ଆତଙ୍କବାଦୀ ମଡ୍ୟୁଲରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। କେନ୍ଦ୍ରୀୟ ଅପରାଧ ଶାଖା (ସିସିବି) ସେମାନଙ୍କ ସହ ସଂଯୋଗ ସ୍ଥାପନ କରିବାକୁ ଚେଷ୍ଟା କରିଛି।
ଏହି ସନ୍ଦେହଜନକ ମଡ୍ୟୁଲର ଟ୍ରେନିଂ ଜେଲରେ ଥିବା ସୂଚନା ଆସିଛି। ପୋଲିସର ସୂଚନାନୁସାରେ, ଚଢାଉ ସମୟରେ ଏହି ଲୋକଙ୍କ ସହ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ୭ ଟି ସ୍ଥାନୀୟ ଭାବରେ ନିର୍ମିତ ପିସ୍ତଲ, ୪୫ରାଉଣ୍ଡ କାର୍ଟ୍ରିଜ, ୱାକି-ଟକି ସେଟ, ଏକ ବଡ ଛୁରୀ ଏବଂ ୧୨ଟି ମୋବାଇଲ ମିଳିଥିଲା। କେବଳ ଏତିକି ନୁହେଁ, ସିସିବି ଜଣେ ସନ୍ଦିଗ୍ଧଙ୍କ ଘରୁ ଚାରୋଟି ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ପାଇଥିଲେ। ପୋଲିସ ସେମାନଙ୍କ ଟ୍ରେନିଂ କନେକଶନ ଖୋଜିବାକୁ ଚେଷ୍ଟା କରୁଛି।

Share