Categories: ଜାତୀୟ

୨ ସାଧାରଣ ନାଗରିକଙ୍କ ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ: ଜଣଙ୍କ ମୃତ୍ୟୁ

ଶ୍ରୀନଗର,୧୬।୮: ଜମ୍ମୁକଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଦୁଇ କଶ୍ମୀରୀ ପଣ୍ଡିତ ଭାଇଙ୍କୁ ଗୁଳି କରି କରିଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏହି ଆତଙ୍କବାଦୀ ଘଟଣା ଶୋପିଆନ୍‌ର ଛୋଟିପୁରା ଗ୍ରାମରେ ଘଟିଛି। ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଦୁଇ ଭାଇ ସୁନୀଲ କୁମାର ଭଟ୍ଟ ଏବଂ ପିଣ୍ଟୁ କୁମାର ଭଟ୍ଟ ବୋଲି ଜଣାପଡିଛି। ସୁନୀଲଙ୍କ ମୃତ୍ୟୁ ହୋଇଥିବାବେଳେ ପିଣ୍ଟୁ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁଇ ଭାଇ ସେଓ ବଗିଚାରେ ଥିବାବେଳେ ପ୍ରଥମେ ନାଁ ପଚାରି ସେମାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପରେ ପୋଲିସ ଏହି ଅଞ୍ଚଳକୁ ଘେରି ରହିଛି।
ଏନେଇ ଜମ୍ମୁକଶ୍ମୀରର ଆଇଜିପି କହିଛନ୍ତି, ମହିଳା, ଶିଶୁ, ପୋଲିସ ଏବଂ ନିରୀହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଉପତ୍ୟକାରେ ଶାନ୍ତି ଆଣିବା ପାଇଁ ଆମର ଉଦ୍ୟମକୁ ଅଟକାଇ ପାରିବେ ନାହିଁ। କଶ୍ମୀରର ସମସ୍ତ ୩ଟି ଅଞ୍ଚଳରେ, ବିଶେଷ କରି ବିଦେଶୀ ଆତଙ୍କବାଦୀଙ୍କ ବିରୋଧରେ ଆମର ସିଟି ଅପରେସନ ଏକାସାଙ୍ଗରେ ଜାରି ରହିବ। ଚାରି ଦିନ ପୂର୍ବେ ବାନ୍ଦିପୋରାରେ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ।

Share