Categories: ଜାତୀୟ

ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଆହତ

ଶ୍ରୀନଗର,୪ ।୬: କଶ୍ମୀରରେ ଲଗାତାର ଭାବେ ପ୍ରବାସୀଙ୍କୁ ଟାର୍ଗେଟ କରାଯାଉଛି । ଗତ ୨୬ ଦିନ ମଧ୍ୟରେ ଏମିତି ୧୦ଟି ଘଟଣା ଘଟି ସାରିଲାଣି । ଏବେ ଦକ୍ଷିଣ କଶ୍ମୀରର ଶୋପିଆନରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ପୋଲିସର ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଶ୍ରମିକଙ୍କ ଉପରକୁ ଗ୍ରେନେଡ ମାଡ କରିଛନ୍ତି । ଫଳରେ ୨ ଜଣ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି । ପ୍ରଥମେ ଜାଣିବାକୁ ମିଳିଥିଲା କି ସିଲିଣ୍ଡର ବ୍ଲାଷ୍ଟ ଯୋଗୁ ଏମାନେ ଆହତ ହୋଇଥିଲେ । ହେଲେ ପରେ ପୋଲିସ ସ୍ପଷ୍ଟ କରିଥିଲା କି ଏହା ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ ଆକ୍ରମଣ ।

ଟୁଇଟ କରି ଜମ୍ମୁ-କଶ୍ମୀର ପୋଲିସ ଏହି ସୂଚନା ଦେଇଛି । ପୋଳଇସର ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଶୋପିଆନର ଅଗଲର ଜୌନାପୋରା ଅଞ୍ଚଳରେ ଗ୍ରେନେଡ ମାଡ କରିଥିଲେ, ଯେଉଁଥିରେ ୨ ଜଣ ପ୍ରବାସୀ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପରେ ଲୋକେ ଭୟଭିତ ହୋଇ ଏଣେତେଣେ ଦୌଡିବାକୁ ଆରମ୍ଭ କରିଥିଲେ । ଘଟରା ସମ୍ପର୍କରେ ସୂଚନା ପାଇଁ ପୋଲିସ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

Share