ଡିଲ ପୂର୍ବରୁ ହଠାତ୍ ଟୁଇଟର ହେଡକ୍ୱାର୍ଟର ପହଞ୍ଚିଲେ ଏଲନ ମସ୍କ, ସାଙ୍ଗରେ ନେଇଥିଲେ ଏମିତି ଜିନିଷ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା

କାଲିଫର୍ନିଆ,୨୭ ।୧୦: ବହୁତ ଦିନର ଅପେକ୍ଷା ପରେ ବୁଧବାର ସେହି ସମୟ ଉପନୀତ ହୋଇଥିଲା ଯେତେବେଳେ ଏଲନ ମସ୍କ ଟୁଇଟର ଅଫିସ ପହଞ୍ଚିଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ପର୍ଯ୍ୟନ୍ତ ୪୪ ବିଲିୟନ ଡଲାର ଡିଲକୁ ସମ୍ପୂର୍ଣ୍ଣ କରିବାର ୨ ଦିନ ପୂର୍ବରୁ ସେ ତାଙ୍କ ଟୁଇଟର ବାୟୋରେ ପରିବର୍ତ୍ତନ କରିଛନ୍ତି । ସେ ପ୍ରଥମେ ତାଙ୍କ ଟୁଇଟର ପ୍ରୋଫାଇଲରେ ଲୋକେଶନକୁ ‘ଟୁଇଟର ହେଡକ୍ୱାର୍ଟର’ କରିଛନ୍ତି । ଏହାପରେ ସେ ଡ୍ରିସକ୍ରିପ୍ଟରରୁ ‘ଚିଫ୍ ଟୁଇଟ’ ଲେଖିଛନ୍ତି । ଏହାପରେ ଏଲନ ମସ୍କ ଟୁଇଟରର ସାନ ଫ୍ରାନସିସକୋ ସ୍ଥିତ ହେଡକ୍ୱାର୍ଟରରେ ପହଞ୍ଚିଥିଲେ ।
ଟୁଇଟର ହେଡକ୍ୱାର୍ଟର ପହଞ୍ଚିବା ସମୟରେ ଏଲନ ମସ୍କ ସାଙ୍ଗରେ ଏମିତି ଏକ ଜିନିଷ ଧରିଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଉପରେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ୟଜର୍ସ । ମସ୍କଙ୍କର ଯେଉଁ ଭିଡିଓଟି ଭାଇରାଲ ହେଉଛି ସେଥିରେ ସେ ହାତରେ ଏକ ସିଙ୍କ ଧରି ଟୁଇଟର ହେଡକ୍ୱାର୍ଟର ନେଉଥିବା ଦେଖାଯାଇଛି । ସେ ନିଜେ ସିଙ୍କକୁ ଉଠାଇ ନେଉଥିବା ଦେଖାଯାଇଛି । ସେ ଟୁଇଟର କ୍ୟାପଶନରେ ଲେଖିଛନ୍ତି, ‘ଏଣ୍ଟରିଂ ଟୁଇଟର ହେଡକ୍ୱାର୍ଟର-ଲେଟ ଦ୍ୟାଟ ସିଙ୍କ ଇନ!’

 

Share