ଏଲନ ମସ୍କ ଲଞ୍ଚ କରିପାରନ୍ତି ନୂଆ ସୋସିଆଲ ମିଡିଆ ଫ୍ଲାଟଫର୍ମ, ଟୁଇଟ କରି ଦେଲେ ସଙ୍କେତ

ଓଟାୱା,୨୭ ।୩: ସୋସିଆଲ ମିଡିଆକୁ ବେଶି ଭଲପାଇଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ଏମାନଙ୍କୁ ଆଉ ଏକ ପ୍ଲାଟଫର୍ମ ମିଳିପାରେ । ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ତଥା ଟେଲସା ଇଙ୍କର ସିଇଓ ଏଲନ ମସ୍କ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ଗମ୍ଭିରତାର ସହ ବିଚାର କରୁଛନ୍ତି । ସେ ନିଜେ ଶନିବାର ଟୁଇଟ କରି ଏହି ସଙ୍କେତ ଦେଇଛନ୍ତି ।
ସୂଚନାଯୋଗ୍ୟ, ଟୁଇଟରରେ ଜଣେ ୟୁଜର ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରସ୍ତୁତିକୁ ନେଇ ପ୍ରଶ୍ନ କରିଥିଲେ । ୟୁଜର ଜଣଙ୍କ କହିଥିଲେ ଆପଣ ଏମିତି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରନ୍ତୁ ଯେଉଁଠି ଲୋକଙ୍କୁ କହିବା ଓ ଲେଖିବାକୁ ସ୍ୱାଧିନତା ମିଳୁ । ଏହାର ଜବାବରେ ମସ୍କ କହିଥିଲେ ଟୁଇଟର ଅଭିବ୍ୟକ୍ତିର ସ୍ୱାଧିନତାର ସିଦ୍ଧାନ୍ତକୁ ପାଳନ କରିବାରେ ବିଫଳ ହେଉଛି ଓ ଲୋକତନ୍ତ୍ରକୁ ଶକ୍ତିହୀନ କରୁଛି ।
ଯେଉଁଭଳି ଭାବେ ସଙ୍କେତ ମିଳୁଛି ଯଦି ସେହି ହିସାବରେ ମସ୍କ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ନେଇ ଆସିବେ ତେବେ ଏହା ବହୁତ ରୋମାଞ୍ଚକ ହେବ ଓ ଦେଖିଲା ଭଳି ହେବ । ଏହା ପୂର୍ବରୁ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଟକ୍କର ଦେବ ବି ନା ତାହା ବି ଦେଖାଯିବ ।

Share