ଚାଇନା-ତାଇଓ୍ବାନ୍‌ ବିବାଦର ସମାଧାନ ପାଇଁ ପରାମର୍ଶ ଦେଇ ଫସିଲେ ଏଲନ ମସ୍କ

ନ୍ୟୁୟର୍କ,୯।୧୦: ଚାଇନା-ତାଇଓ୍ବାନ୍‌ ମଧ୍ୟରେ ବିବାଦର ସମାଧାନ ପାଇଁ ଟେସଲା ସିଇଓ ଏଲନ ମସ୍କ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ତାଇୱାନକୁ ଚାଇନାର ଏକ ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ କରାଯାଇପାରେ। ତାଇୱାନର କିଛି ଅଂଶ ଚାଇନାକୁ ହସ୍ତାନ୍ତର କରାଯାଇପାରିବ, ଯାହା ସେମାନଙ୍କ ଝଗଡ଼ାକୁ ଶେଷ କରିପାରେ। ଏହି ପରାମର୍ଶକୁ ନେଇ ତାଇୱାନ ଏବଂ ଚାଇନାର ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଇଓ୍ବାନର ଗଣତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି ମୁଖପାତ୍ର ହୁଆଙ୍ଗ ତାଇ-ଲିନ ଶନିବାର କହିଛନ୍ତ,ମସ୍କଙ୍କ ମନ୍ତବ୍ୟ କେବଳ ଜାତୀୟ ସାର୍ବଭୌମତ୍ୱର ଉଲ୍ଲଂଘନ ନୁହେଁ ବରଂ ଗଣତନ୍ତ୍ରର ମଧ୍ୟ କ୍ଷତି ପହଞ୍ଚାଉଛି।
ଏଥି ସହିତ ଚାଇନା କହିଛି ଯେ, ତାଇଓ୍ବାନ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ମସ୍କ ସବୁ ସୀମା ଅତିକ୍ରମ କରିଛି। ତାଇୱାନ ପ୍ରସଙ୍ଗ ହେଉଛି ଚାଇନାର ଘରୋଇ ରାଜନୀତି। ଚାଇନା ବିଦେଶୀ ଶକ୍ତିର ହସ୍ତକ୍ଷେପକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବ।
ସୂଚନାଯୋଗ୍ୟ, ଆମେରିକାର ନିମ୍ନ ସଦନର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରଠାରୁ ଉତ୍ତେଜନା ବଢିବାରେ ଲାଗିଛି।

Share