ଭାରତରେ ଏତିକି ଟଙ୍କାରେ ମିଳିପାରେ ଟେସଲାର ଇଲେକ୍ଟ୍ରିକ କାର୍‌

ନୂଆଦିଲ୍ଲୀ,୧୩।୭: ଆମେରିକାର ବୃହତ୍ତମ ଇଲେକ୍ଟ୍ରିକ ଯାନ ନିର୍ମାତା କମ୍ପାନୀ ‘ଟେସଲା’ର କାର୍‌କୁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଛି। କିନ୍ତୁ ବର୍ତ୍ତମାନ ଏହି ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି। ଦେଶରେ ବାର୍ଷିକ ୫,୦୦,୦୦୦ ଇଲେକ୍ଟ୍ରିକ ଯାନ (ଇଭି) କ୍ଷମତା ବିଶିଷ୍ଟ କାର କାରଖାନା ପ୍ରତିଷ୍ଠା ପାଇଁ ଟେସଲା ଏକ ନିବେଶ ପ୍ରସ୍ତାବ ଉପରେ କେନ୍ଦ୍ର ସହିତ ଆଲୋଚନା ଆରମ୍ଭ କରିଛି। ଗୁରୁବାର ଏକ ମିଡିଆ ରିପୋର୍ଟ ଏହି ସୂଚନା ଦେଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତୀୟ ବଜାରରେ ଟେସଲାର ଇଲେକ୍ଟ୍ରିକ ଯାନଗୁଡ଼ିକର ମୂଲ୍ୟ ୨୦ ଲକ୍ଷ ଟଙ୍କା(୨୪,୪୦୦.୬୬ଡଲାର)ରୁ ଆରମ୍ଭ ହେବ। କୋଟିପତି ଏଲନ ମସ୍କଙ୍କ ନେତୃତ୍ୱାଧୀନ କମ୍ପାନୀ ମଧ୍ୟ ଭାରତକୁ ରପ୍ତାନି ଆଧାର ଭାବରେ ବ୍ୟବହାର କରିବାକୁ ଚିନ୍ତା କରୁଛି।

Share