ଭାରତରେ ପ୍ରବେଶ କଲା ଟେସ୍‌ଲା

ନୂଆଦିଲ୍ଲୀ,୧୪।୧: ଆମେରିକାର ଇଲେକ୍‌ଟ୍ରିକ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଭାରତ ବଜାରରେ ପ୍ରବେଶ କରିଛି। ଏହା ବିଶ୍ୱର ସବୁଠାରୁ ବଡ ଇ-କାର୍‌ ନିର୍ମାତା। ଟେସ୍‌ଲା ଇଣ୍ଡିଆ ମୋଟର୍ସ ଏବଂ ଏନର୍ଜି ପ୍ରାଇଭେଟ ଲିମିଟେଡ୍‌ ବାଙ୍ଗାଲୋରରେ ଏକ ଅଫିସ ସ୍ଥାପନ କରିବା ସହ ପଞ୍ଜୀକରଣ କରାଇଛି। ଏଠାରେ କମ୍ପାନୀ ଏକ ରସର୍ଚ୍ଚ ଏବଂ ଡେଭଲପମେଣ୍ଟ ୟୁନିଟ ସହ ମାନୁଫାକ୍‌ଚରିଂ ଆରମ୍ଭ କରିବାକୁ ଯୋଜନା ରଖିଛି। କମ୍ପାନୀ ଏଠାରେ ବିଳାସପୂର୍ଣ୍ଣ ଇ-କାର୍‌ ପ୍ରସ୍ତୁତ କରିବା ସହ କାରବାର ଆରମ୍ଭ କରିବ। ଏହା ଭାରତ ବଜାରରେ ମଡେଲ ୩ ଲଞ୍ଚ କରିପାରେବ। କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପା ଟେସ୍‌ଲାକୁ ସ୍ବାଗତ ଜଣାଇଛନ୍ତି। ବୈଭବ ତନେଜା, ଭେଙ୍କଟ ରଙ୍ଗମ ଶ୍ରୀରାମ, ଭେଡିଡ୍‌ ଜନ୍‌ ଫେଷ୍ଟିନ ଏହାର ନିର୍ଦ୍ଦେଶକ ରହିଛନ୍ତି। ତଜେନା ଟେସ୍‌ଲାରେ ସିଏଫ୍‌ଓ ଭାବେ ଅବସ୍ଥାପିତ ରହିଛନ୍ତି। ସେହିଭଳି ଷ୍ଟେଶିନ ଗ୍ଲୋବାଲ ସିନିୟର ଡାଇରେକ୍ଟର ରହିଛନ୍ତି। ୨୦୨୧ରେ ଟେସ୍‌ଲା ଭାରତ ବଜାରରେ ପ୍ରବେଶ କରିବ ବୋଲି ଏହାର ସିିଇଓ ଟୁଇଟ ଯୋଗେ ସୂଚନା ଦେଇଥିଲେ। ୨୦୧୯ରେ ଭାରତ ବଜାରରେ ପ୍ରବେଶ ନେଇ ସେ ପ୍ରଥମେ ଆଭାସ ଦେଇଥିଲେ। ୨୦୨୦ରେ କରୋନା ଯୋଗୁ କମ୍ପାନୀ ଭାରତ ଆସିବାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Attack Response: ସେହି ଲାଲ ଫାଇଲ.. ଶାହା-ଜୟଶଙ୍କର ରାଷ୍ଟ୍ରପତିଙ୍କୁ ଭେଟି ଦେଲେ ପାକିସ୍ତାନ ଓ୍ବଂସର ପ୍ଲାନ?

ନୂଆଦିଲ୍ଲୀ,୨୪।୪: ସେହି ଲାଲ ଫାଇଲଟି ଶେଷରେ ରାଷ୍ଟ୍ରପତି ଭବନରେ ପହଞ୍ଚିଲା। ଗୁରୁବାର ସାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଷ୍ଟ୍ରପତି...

ଭୁଲବଶତଃ ସୀମା ପାର କରିଗଲେ BSF ଯବାନ, ଅଟକ ରଖିଲେ ପାକିସ୍ତାନ ରେଞ୍ଜର୍ସ

ନୂଆଦିଲ୍ଲୀ,୨୪।୪: ପଞ୍ଜାବର ଫିରୋଜପୁର ସେକ୍ଟରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ବୁଧବାର ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ)ର ଜଣେ ଯବାନ ଡ୍ୟୁଟି ସମୟରେ...

କଟକରେ ମହାନଦୀରେ ଗାଧୋଉଥିବା ବେଳେ ଦୁଇ ଯୁବକଙ୍କର ମୃତ୍ୟୁ

କଟକ,୨୪।୪: ଗୁରୁବାର କଟକରେ ମହାନଦୀରେ ଭାସି ଯାଇଥିବା ଦୁଇ ଯୁବକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିଲେ। କିନ୍ତୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ...

ଅଗ୍ନିବୀର ନିଯୁକ୍ତି ଦୁର୍ନୀତି: ଖୋର୍ଦ୍ଧାରେ ୩ ନୌସେନା ଅଧିକାରୀ ଗିରଫ, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ

ଭୁବନେଶ୍ୱର,୨୪।୪(ପ୍ରଭାତ ପାଣିଗ୍ରାହୀ): ଏକ ବଡ଼ ସଫଳତାରେ, ଖୋର୍ଦ୍ଧା ପୋଲିସ ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ଏକ ବିରାଟ ଠକେଇର ପର୍ଦ୍ଦାଫାଶ କରିଛି। ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ...

ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୨୪ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ...

୧,୧୯୨ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୪।୪: ଓଡ଼ିଶା ସରକାର ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ...

‘ଭାରତ ପାଣି ବନ୍ଦ କଲେ ଏହା ହେବ Act of War’, NSC ମିଟିଂ ପରେ କାହିଁକି ଏମିତି କହିଲା ପାକିସ୍ତାନ

ଇସଲାମାବାଦ,୨୪।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଗୁରୁବାର ଜାତୀୟ ସୁରକ୍ଷା କମିଟି (ଏନଏସସି) ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ, ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ...

ତପସ୍ବିନୀ ଟ୍ରେନ୍‌ ରହଣି ପାଇଁ ଡିଆରଏମ୍‌ଙ୍କ ନିକଟରେ ଦାବି

କେସିଙ୍ଗା,୨୪ା୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ରେଳ ଷ୍ଟେଶନରେ ୨ ମିନିଟ୍‌ ତାପସ୍ବିନୀ ଟ୍ରେନ୍‌ ରହଣି ସମେତ ବିଭିନ୍ନ ସମସ୍ୟା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image