Categories: ବାଣିଜ୍ୟ

ଭାରତ ପାଇଁ ଟେସଲାର ୩୦ ବିଲିୟନ ଡଲାର ଯୋଜନା ପ୍ରସ୍ତୁତ, ନିର୍ମାଣ କରିବ ପ୍ଲାଣ୍ଟ-ଚାର୍ଜିଂ ପଏଣ୍ଟ

ନୂଆଦିଲ୍ଲୀ ,୧୪।୧: ବୈଦ୍ୟୁତିକ ଯାନ ନିର୍ମାଣକରି କମ୍ପାନୀ ଟେସଲା ଭାରତରେ ପୁଞ୍ଜି ବିନିଯୋଗ ପାଇଁ ପ୍ରାୟ ୩୦ ବିଲିୟନ ଡଲାରର ଯୋଜନା ପ୍ରସ୍ତୁତ କରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଆଲୋଚନା ଏକ ସକରାତ୍ମକ ଦିଗରେ ଅଗ୍ରଗତି କରୁଛି। ଟେସଲା ଭାରତ ପାଇଁ ୫ ବର୍ଷର ପୁଞ୍ଜି ବିନିଯୋଗ ଯୋଜନା ପ୍ରସ୍ତୁତ କରିଛି। ଚର୍ଚ୍ଚା ହେଉଛି ଯେ କେନ୍ଦ୍ର ସରକାରଙ୍କ ନୂଆ ଇଭି ପଲିସୀ ଖୁବ ଶୀଘ୍ର ଆସିବ। ଟେସଲା ବର୍ତ୍ତମାନ ନୂତନ ପଲିସୀ ଉନ୍ମୋଚନ ପାଇଁ ଅପେକ୍ଷା କରିଛି।

ହିନ୍ଦୁସ୍ତାନ ଟାଇମ୍ସ ସୂତ୍ରରୁ ପ୍ରକାଶ ଯେ ଯଦି ଟେସଲା ଭାରତ ଆସିବାକୁ ନିଷ୍ପତ୍ତି ନିଏ ତେବେ ଏହା ଦେଶର ସବୁଠାରୁ ବଡ ବିଦେଶୀ ପୁଞ୍ଜି ନିବେଶ ହେବ। ଟେସଲା ପ୍ରକଳ୍ପ ସହ ଜଡିତ ଆଲୋଚନାରେ ଜଡିତ ସୂତ୍ରରୁ ପ୍ରକାଶ ଯେ ଟେସଲା ଏହାର କାରଖାନାରେ ପ୍ରାୟ ୩ ବିଲିୟନ ଡଲାର ବିନିଯୋଗ କରିବାକୁ ଯୋଜନା କରିଛି। ଏହା ବ୍ୟତୀତ ଏହାର ଅନୁବନ୍ଧିତ କମ୍ପାନୀଗୁଡିକ ମଧ୍ୟ ଭାରତରେ ପ୍ରାୟ ୧୦ ବିଲିୟନ ଡଲାର ବିନିଯୋଗ କରିବେ। ଏହା ବ୍ୟତୀତ ବ୍ୟାଟେରୀ ସେଗମେଣ୍ଟରେ ପ୍ରାୟ ୫ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ହେବ ଯାହା ସମୟ ସହିତ ପ୍ରାୟ ୧୫ ବିଲିୟନ ଡଲାରକୁ ବୃଦ୍ଧି ପାଇବ। ସେ କହିଛନ୍ତି ଯେ ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ ଟେସଲା ପ୍ରାୟ ୩୦ ବିଲିୟନ ଡଲାର ବିନିଯୋଗ କରିବ।

କେନ୍ଦ୍ରର ସରକାର ନୂତନ ଇଭି ପଲିସୀ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ରହିଛନ୍ତି। ଏହି ପଲିସୀ ଟେସଲାକୁ ଭାରତ ଆଣିବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରିପୋର୍ଟ ଅନୁଯାୟୀ, ଯଦି ନୂତନ ପଲିସୀରେ ବିଦେଶରେ ନିର୍ମିତ ଇଭି ଉପରେ ଆମଦାନୀ ଶୁଳ୍କ ହ୍ରାସ ହୁଏ, ତେବେ ଟେସଲା ଭାରତ ଆସିବାକୁ ଯୋଜନାକୁ ତ୍ୱରାନ୍ୱିତ କରିବ।

Share