ଭାରତରେ ଏଣ୍ଟ୍ରି କରିବାକୁ ଉଦ୍ୟମ ଚଳାଇଛି ଟେସଲା, ଖୁବ୍‌ଶୀଘ୍ର ପୀୟୁଷ ଗୋୟଲଙ୍କ ସହ ମ୍ୟାନେଜ୍‌ମେଣ୍ଟ କରିବ ଆଲୋଚନା

ନୂଆଦିଲ୍ଲୀ,୨୫।୭: ଏଲନ ମସ୍କଙ୍କ ଇଲେକ୍ଟ୍ରିିକ କମ୍ପାନୀ ଟେସଲା ଦୀର୍ଘ ଦିନ ଧରି ଭାରତରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି। ତେବେ କେନ୍ଦ୍ର ସରକାରଙ୍କ କଠୋର ମନୋଭାବ ଏବଂ ସର୍ତ୍ତ ଯୋଗୁ କମ୍ପାନୀ ଏହାର ଯୋଜନା କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇ ନାହିଁ। ବର୍ତ୍ତମାନ ଖବର ଆସିଛି ଯେ ଟେସଲା ପୁଣି ଥରେ ଭାରତ ବଜାରରେ ପ୍ରବେଶକୁ ନେଇ ଭାରତ ସରକାରଙ୍କ ସହ ଆଲୋଚନା କରୁଛି।

ଜୁଲାଇ ଶେଷରେ ଟେସଲା ପରିଚାଳନା ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିବାର ସମ୍ଭାବନା ରହିଛି। ଏହି ବୈଠକରେ କାରଖାନା, ବିନିଯୋଗ, ଯୋଗାଣ ଶୃଙ୍ଖଳା ବିଷୟରେ ଆଲୋଚନା ହେବ। ଭାରତୀୟ ବଜାର ଅନୁଯାୟୀ ଏହି ବୈଠକରେ ଟେସଲାର କାର ଏବଂ ଏହାର ଉତ୍ପାଦନ ସମ୍ପର୍କରେ ଚୁକ୍ତିନାମା ହେବାର ସମ୍ଭାବନା ରହିଛି ବୋଲି ବିଶ୍ୱାସ ରହିଛି। ଖବର ଅନୁଯାୟୀ, ଟେସଲା ଭାରତରେ ଏକ କାରଖାନା ସ୍ଥାପନ କରିବାକୁ ଏବଂ ଏଥିରେ ୨୪,୦୦୦ କାର ତିଆରି କରିବାକୁ ଯୋଜନା କରିଛି। ଏ ସମ୍ପର୍କରେ କମ୍ପାନୀର ପରିଚାଳନା ଭାରତ ଆସି ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଆଲୋଚନା କରିବ।

Share