Advertisement

କାରକୁ ଅଟୋ ପାଇଲଟ୍‌ରେ ଛାଡ଼ି ଶିଶୁକନ୍ୟାକୁ ଜନ୍ମଦେଲେ

ନୂଆଦିଲ୍ଲୀ,୨୦।୧୨: ଆମେରିକାରେ ଜଣେ ମହିଳା ଟେସଲା ଇଲେକ୍ଟ୍ରିକ୍‌ କାରକୁ ଅଟୋ ପାଇଲଟ୍‌ରେ ଛାଡ଼ି ଆଗ ସିଟ୍‌ରେ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏଭଳି ଘଟଣା ସେପ୍ଟେମ୍ବର ୯ ତାରିଖରେ ଘଟିଛି ଫିଲାଡେଲଫିଆରେ। ୩୩ ବର୍ଷୀୟା ୟିରାନ ଶେରି ଓ ତାଙ୍କ ସ୍ବାମୀ କିଟିଂ ଶେରି (୩୪) ୩ ବର୍ଷର ପୁଅକୁ ନେଇ ସ୍କୁଲ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା।

ସେମାନଙ୍କ ଗାଡ଼ି ଟ୍ରାଫିକରେ ଥିବା ବେଳେ ହଠାତ୍‌ ୟିରାନଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଟ୍ରାଫିକ୍‌ରେ ଫଶି ଥିବାରୁ ସମୟରେ ହସ୍ପିଟାଲ ପହଞ୍ଚିବା ସମ୍ଭବ ନ ଥିଲା। ଏଣୁ କାରରେ କିଟିଂ ଅଟୋପାଇଲଟ୍‌ ମୋଡ ଅନ୍‌ କରି ଦେଇଥିଲେ। ନେଭିଗେଶନ ସିଷ୍ଟମରେ ଲକ୍ଷ୍ୟସ୍ଥଳ ଭାବେ ସେଟ୍‌ କରିଥିଲେ ହସ୍ପିଟାଲକୁ। ତା’ ପରେ ଶେରିଙ୍କୁ ଶୁଆଇ ଦେଇଥିଲେ କାରର ଆଗ ସିଟ୍‌ରେ। ହସ୍ପିଟାଲରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଶିଶୁ କନ୍ୟା ମାଭେ ଜନ୍ମ ହୋଇଥିଲା। ହସ୍ପିଟାଲର ନର୍ସ କାରରେ ହିଁ ଅମ୍ବିକାଲ କର୍ଡ କାଟି ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share