Categories: ଜାତୀୟ

ଭାରତଠାରୁ ୧.୯ ବିଲିୟନ୍‌ ଡଲାର ଅଟୋ ପାଟର୍‌ସ କିଣିବ ଟେସ୍‌ଲା

ନୂଆଦିଲ୍ଲୀ,୧୩।୯: ଏଲନ ମସ୍କଙ୍କ ଇଲେକ୍ଟ୍ରିକ ଯାନ କମ୍ପାନୀ ଟେସଲା ଚଳିତ ବର୍ଷ ଭାରତୀୟ ଅଟୋ ପାର୍ଟସ ଉତ୍ପାଦନକାରୀ କମ୍ପାନୀଗୁଡିକରୁ ୧.୭ ରୁ ୧.୯ ବିଲିୟନ ଡଲାର ମୂଲ୍ୟର ଅଟୋ ପାଟର୍‌ସ କିଣିବାକୁ ପ୍ରସ୍ତୁତ ହେଉଛି। ବାଣିଜ୍ୟ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଗତ ବର୍ଷ ତୁଳନାରେ ଟେସଲା ଆମଦାନୀକୁ ଦ୍ୱିଗୁଣିତ କରିବାକୁ ଯାଉଛି। ଗତ ବର୍ଷ ଟେସଲା ଭାରତରୁ ପ୍ରାୟ ଏକ ବିଲିୟନ ଡଲାର ମୂଲ୍ୟର ଅଟୋ ପାଟର୍‌ସ ଆମଦାନୀ କରିଥିଲା।
ଅଟୋମୋବାଇଲ କମ୍ପୋନେଣ୍ଟ ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍‌ (ଏସିଏମ୍‌ଏ)ର ବାର୍ଷିକ ବୈଠକରେ ପୀୟୁଷ ଗୋୟଲ କହିଛନ୍ତି ଯେ, ଗତ ବର୍ଷ ତୁଳନାରେ ଟେସଲା ଦ୍ୱାରା ଆମଦାନୀ ଦ୍ୱିଗୁଣିତ ହେବ। ସେ କହିଛନ୍ତି ଯେ ଗତ ବର୍ଷ ଟେସଲା ଏକ ବିଲିୟନ ଡଲାର ମୂଲ୍ୟର ଅଟୋ ପାର୍ଟସ ଆମଦାନୀ କରିଥିଲା। କିନ୍ତୁ ଚଳିତ ବର୍ଷ କମ୍ପାନୀ ଆମଦାନୀକୁ ୧.୭ ରୁ ୧.୯ ବିଲିୟନକୁ ବୃଦ୍ଧି କରିବାକୁ ଯାଉଛି। ଦେଶର ଜିଡିପିରେ ସ୍ଥାନୀୟ ଅଟୋ ପାଟର୍‌ସ ଶିଳ୍ପରେ ୨.୩ ପ୍ରତିଶତ ଅଂଶ ରହିଛି। ୨୦୨୫ ସୁଦ୍ଧା ଅଟୋ ପାଟର୍‌ସଗୁଡ଼ିକରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିବ।

Share