Categories: ଜାତୀୟ

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା ପରୀକ୍ଷା କରିବାରୁ ଏହା ସ୍ପଷ୍ଟ ହୋଇଛି। ଅନୁସନ୍ଧାନ ପରେ ଆସିଥିବା ରିପୋର୍ଟରେ ମାଛ ତେଲର ସନ୍ଧାନ ନିଶ୍ଚିତ ହୋଇଛି। ବୁଧବାର ଚନ୍ଦ୍ରାବାବୁ ନାଇଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ ଯେ, ପୂର୍ବ ସରକାର ସମୟରେ ତିରୁପତି ମନ୍ଦିରର ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶିବା ଆରମ୍ଭ ହୋଇଥିଲା।

ଏକ କାର୍ଯ୍ୟକ୍ରମ ସମୟରେ ନାଇଡୁ କହିଥିଲେ ଯେ, ଘିଅ ପରିବର୍ତ୍ତେ, ପ୍ରସାଦରେ ପଶୁ ଚର୍ବି ଏବଂ ଖରାପ ଗୁଣବତ୍ତା ଜିନିଷ ବ୍ୟବହାର କରାଯାଉଥିଲା। ଆମେ ଏଥିରେ ଅସଲି ଘିଅ, ପରିଷ୍କାର ପରିଚ୍ଛନ୍ନତା ଏବଂ ଉତ୍ତମ ଗୁଣର ଯତ୍ନ ନିଆଯିବା ଆମେ ନିଶ୍ଚିତ କରିଛୁ।

ନାଇଡୁଙ୍କ ଏହି ବୟାନ ଉପରେ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି YSRCP ପ୍ରତିକ୍ରିୟା ଦେଇଛି। ଏଥିରେ କୁହାଯାଇଛି ଯେ ଚନ୍ଦ୍ରବାବୁ ନାଇଡୁ ତିରୁମାଲାର ମନ୍ଦିରର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇ ଏକ ବଡ଼ ପାପ କରିଛନ୍ତି। ତିରୁମାଲା ପ୍ରସାଦ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ମନ୍ତବ୍ୟ ଅତ୍ୟନ୍ତ ଅଯୌକ୍ତିକ। ମଣିଷ ଭାବରେ ଜନ୍ମିତ କୌଣସି ବ୍ୟକ୍ତି ଏପରି ଶବ୍ଦ କୁହନ୍ତି ନାହିଁ କିମ୍ବା ଏପରି ଅଭିଯୋଗ କରନ୍ତି ନାହିଁ। ପୁଣିଥରେ ଏହା ପ୍ରମାଣିତ ହୋଇଛି ଯେ ଚନ୍ଦ୍ରବାବୁ ରାଜନୀତି ପାଇଁ କିଛି କରିବାକୁ ଦ୍ୱିଧା କରିବେ ନାହିଁ।

ରେଡ୍ଡୀ କହିଛନ୍ତି ଯେ ଭକ୍ତଙ୍କ ବିଶ୍ୱାସକୁ ଅଧିକ ମଜବୁଥ୍ କରିବା ପାଇଁ ମୁଁ ଏବଂ ମୋ ପରିବାର ତିରୁମାଲା ପ୍ରସାଦ ମାମଲାରେ ଶପଥ ନେବାକୁ ପ୍ରସ୍ତୁତ। ଚନ୍ଦ୍ରବାବୁ ମଧ୍ୟ ତାଙ୍କ ପରିବାର ସହିତ ଶପଥ ନେବାକୁ ପ୍ରସ୍ତୁତ କି?

Share