Categories: ଜାତୀୟ

ମା’ ହେଲେ ଟେଷ୍ଟ ଟ୍ୟୁବ୍‌ ବେବି

ଲକ୍ଷ୍ନୌ,୧୧।୪ : ଉତ୍ତରପ୍ରଦେଶ ଲକ୍ଷ୍ନୌ ସହରର ପ୍ରଥମ ଟେଷ୍ଟ ଟ୍ୟୁବ୍‌ ବେବି ପ୍ରାର୍ଥନା ଏବେ ୨୩ ବର୍ଷରେ ପଦାର୍ପଣ କରିବା ସହ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି। ୧୫ ଦିନ ତଳେ ସେ ଝିଅ ଜନ୍ମ ଦେଇଥିଲେ। ସୂଚନାଯୋଗ୍ୟ, ୧୯୯୮ରେ ପ୍ରାର୍ଥନା ଲକ୍ଷ୍ମୌର ଅଜନ୍ତା ହସ୍ପିଟାଲରେ ଜନ୍ମ ହୋଇଥିଲେ। ଯେତେବେଳେ ଉକ୍ତ ହସ୍ପିଟାଲରେ କୌଣସି କାର୍ଯ୍ୟକ୍ରମକୁ ତାଙ୍କୁ ଡକାଯାଏ, ସେ ଘରକୁ ଆସିବା ଭଳି ଅନୁଭବ କରିଥାନ୍ତି ବୋଲି କହିଛନ୍ତି। ସେ ଆଇଭିଏଫ୍‌ ପଦ୍ଧତିରେ ଜନ୍ମିତ ହୋଇଥିବା, ତାଙ୍କ ମାଆବାପା ସ୍କୁଲ୍‌ରେ କହିବା ପରେ ସେ ଜାଣିବାକୁ ପାଇଥିଲେ। ତାଙ୍କ ମାଆବାପାଙ୍କୁ ସନ୍ତାନ ଦେବାରେ ସହାୟତା କରିଥିବାରୁ ଡା. ଗୀତା ଖାନ୍ନା ଓ ତାଙ୍କ ଟିମ୍‌ଙ୍କ ନିକଟରେ ଚିର କୃତଜ୍ଞ ବୋଲି ପ୍ରାର୍ଥନା କହିଛନ୍ତି।

Share