ଭୁବନେଶ୍ୱର,୧୭।୬(ବ୍ୟୁରୋ): କୋଭିଡ୍ ସ୍ଥିତିକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୧୦ ହଜାର ଟେଷ୍ଟରୁ ୨୫ ପଜିଟିଭ୍ ବାହାରୁଛି। ପଜିଟିଭିଟି ହାର ୦.୦୫% ମଧ୍ୟରେ ରହୁଛି। ଥଣ୍ଡା, କାଶ ଓ ଜ୍ୱର ହେଲେ ତୁରନ୍ତ ଆଇସୋଲେଟ ସହ ଟେଷ୍ଟିଂ କରନ୍ତୁ ବୋଲି ସେ କହିଛନ୍ତି।
ଆହୁରି କହିଛନ୍ତି ଯେ, କରୋନା ସଂକ୍ରମଣ କେତେବେଳେ ବଢିବ ତ କେତେବେଳେ କମିବ। କଣ୍ଟାକ୍ଟ ଟ୍ରେସିଂ ପରେ ଆଇସୋଲେଟ କରି ଚିକିତ୍ସା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।