Categories: ଜାତୀୟ

ସୀମା ବିବାଦ ମଧ୍ୟରେ ପରୀକ୍ଷା ହେଲା ଆଣ୍ଟି ଶିପ୍ ଭର୍ସନ ବ୍ରହ୍ମୋସ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୧ ।୧୨: ସୀମାରେ ଚାଇନା ସହ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ମଙ୍ଗଳବାର ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଶାଇଲର ଆଣ୍ଟି ଶିପ୍ ଭର୍ସନ ବା ଜାହାଜ ରୋଧି ସଂସ୍କରଣର ପରୀକ୍ଷା କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପରୁ ଏହା ପରୀକ୍ଷା କରାଯାଇଥିବା ସୂଚନା ଦେଇଛି ଭାରତୀୟ ବାୟୁସେନା । ଭାରତୀୟ ନୌସେନା ଦ୍ୱାରା ପରୀକ୍ଷା କରାଯାଉଥିବା ପରୀକ୍ଷଣ ମଧ୍ୟରୁ ଏହା ଏକ ଅଂଶ । ତେବେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଶାଇଲକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ଦ୍ୱାରା ବିକଶିତ କରାଯାଇଛି ।

Share