ନିଟ୍‌ ପ୍ରବେଶିକା ପରୀକ୍ଷାରେ ଟେଟ୍ରାହେଡ୍ରନ୍‌ର ସଫଳତା

ମଙ୍ଗୁଳି-ଜଗତପୁର,୭ା୬(ମାନସ ସାମଲ): ସର୍ବଭାରତୀୟ ନିଟ୍‌ ପ୍ରବେଶିକା ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଟେଟ୍ରାହେଡ୍ରନ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରିଛନ୍ତି। ନିଟ୍‌ କୋଚିଂ ନେଉଥିବା ମୋଟ୍‌ ୧୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୧୧୫ ଜଣ ୬୦୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ସେମାନଙ୍କ ମଧ୍ୟରୁ ସତ୍ୟଜିତ୍‌ ସ୍ବାଇଁ, ଅବିନାଶ ସାହୁ, ସ୍ବସ୍ତିକ୍‌ ଦଳାଇ, ଦୀପ୍ତିମୟୀ ବେହେରା ଓ ସତ୍ୟଜିତ୍‌ ବେହେରା ଫ୍ରେସର୍‌ ଭାବେ ଏହି କୃତିତ୍ୱ ହାସଲ କରିବା ସହିତ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ୫ ଜଣ ବିଦ୍ୟାର୍ଥୀ ୭୦୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବାବେଳେ ସର୍ବୋଚ୍ଚ ନମ୍ବର ରଖିଥିବା କମଳାକାନ୍ତ ଦାସ-୭୧୫ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଥିବାବେଳେ ଜିଜ୍ଞାସୁ ପରିଡା ଓ ରାହୁଲ କର୍ମୀ ଉଭୟ ୭୦୫ ନମ୍ବର ରଖିଛନ୍ତି। ସେହିପରି ଓମ୍‌ ପ୍ରକାଶ ସାହୁ ଓ ସ୍ବାଗତିକା ପ୍ରିୟଦର୍ଶିନୀ ସାହୁ ୭୦୦ରୁ ଊର୍ଦ୍ଧ୍ୱ ନମ୍ବର ରଖିବାରେ ଗୌରବ ଅର୍ଜନ କରିଛନ୍ତି। ଏହି ଅବସରରେ ଟେଟ୍ରାହେଡ୍ରନ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ ପକ୍ଷରୁ କଲେଜ ପରିସରରେ ନିଟ୍‌ର ସଫଳତା ହାସଲ କରିଥିବା ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

ଇନ୍‌ଷ୍ଟିଚ୍ୟୁଶନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ତ୍ରିଦେବ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ବିଦ୍ୟାର୍ଥୀମାନେ କିପରି ଏହି ଶିକ୍ଷାନୁଷ୍ଠାନରେ ନିର୍ଦ୍ଦିଷ୍ଟ ଶିକ୍ଷାପ୍ରଣାଳୀ ତଥା ଗାଇଡ୍‌ଲାଇନ୍‌ ମାନି କୃତକାର୍ଯ୍ୟ ହୋଇଛନ୍ତି ସେ ସମ୍ପର୍କରେ କହିଥିଲେ। ବରିଷ୍ଠ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ରାଉତ ଓ ବୈକୁଣ୍ଠ ନାରାୟଣ ଦାସ ପିଲାମାନଙ୍କ ଉତ୍ତୋରତର ଉନ୍ନତି କାମନା କରିଥିଲେ। ଏଥିରେ ଅଧ୍ୟାପକ ମହେଶ୍ୱର ପରିଡା, ଭାଗୀରଥି ମଲ୍ଲିକ, ଅଶୋକ ରାଉଳ, ମିଲନ ସାମଲ, କମଳାକାନ୍ତ ସାହୁ, ଅମିତାଭ ବେହେରା, ମାନସ ମିଶ୍ର, କେଶବ ଚନ୍ଦ୍ର ନାଥ, ସତ୍ୟସାଇ ବିଶ୍ୱାଳ, ରଶ୍ମିରଞ୍ଜନ ଦାସ, ସୁମନ କୁମାର, ନାରାୟଣ ସାହୁ, ଅନଙ୍ଗ ଉଦୟ ବଳ, ଅକ୍ଷୟ ମହାନ୍ତି, ବିନୟ କୁମାର, ମାନସ ଖୁଣ୍ଟିଆ ଓ ଶୁଭ୍ରକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସହକର୍ମୀ ଭାବରେ କୈଳାସ ଚନ୍ଦ୍ର ପରିଡା, ଦୀପାଞ୍ଜଳି ସାହୁ, ଲିପ୍ସାମୟୀ ସାହୁ, ପ୍ରପିତା ପରିଡା ଉପସ୍ଥିତ ଥିଲେ।

ଏହି ସମ୍ବର୍ଦ୍ଧନା ଅବସରରେ ଇନ୍‌ଷ୍ଟିଚ୍ୟୁଶନ୍ସ ପକ୍ଷରୁ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ନିଟ୍‌ ପରୀକ୍ଷାରେ ଯେଉଁ ବିଦ୍ୟାର୍ଥୀମାନେ ୬୦୦ରୁ ଅଧିକ ନମ୍ବର ରଖିଥିବେ ସେମାନଙ୍କୁ ମାଗଣାରେ ଶିକ୍ଷାଦାନ ଦିଆଯିବ। ଏଥିସହ ୫୯୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ୧୦,୦୦୦ ଟଙ୍କାରେ କୋଚିଂ ପ୍ରଦାନ କରାଯିବ ବୋଲି ପ୍ରତିଷ୍ଠାତା ଅଧ୍ୟକ୍ଷ ବେହେରା ଘୋଷଣା କରିଥିଲେ। ସେହିପରି ୫୮୦ରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ୨୦ ହଜାର ଟଙ୍କା, ୫୭୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ୩୦ ହଜାର ଟଙ୍କା, ୫୬୦ରୁ ଅଧିକ ମାର୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ୪୦ ହଜାର ଟଙ୍କା, ୫୫୦ରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ୫୦ ହଜାର ଟଙ୍କା, ୫୨୫ରୁ ଅଧିକ ମାର୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ୬୦ ହଜାର ଟଙ୍କା ଏବଂ ୫୦୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ବିଦ୍ୟାର୍ଥୀମାନଙ୍କୁ ୭୦ ହଜାର ଟଙ୍କାରେ କୋଚିଂ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri