ଲସ ଆଞ୍ଜେଲସରୁ ସାନ ଫ୍ରାନସିସକୋ ଆସୁଥିବା ବିମାନର ଇଞ୍ଜିନ ସଂସ୍ପର୍ଶରେ ଆସି କର୍ମଚାରୀ ମୃତ

ହ୍ୟୁଷ୍ଟନ,୨୬।୬: ହ୍ୟୁଷ୍ଟନରୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଆମେରିକାର ଟେକ୍ସାସରେ ଏକ ବିମାନର ଇଞ୍ଜନିରେ ଫସିଯିବା କାରଣରୁ ଜଣେ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ମୃତ୍ୟୁ ରାତି ପ୍ରାୟ ୧୦ଟା ୨୫ରେ ହୋଇଛି।

ଜଣେ ଅଧିକାରୀ କହିଛନ୍ତି ଯେ ଡେଲଟା ଏୟାରଲାଇନ୍ସର ବିମାନ ଲସ ଏଞ୍ଜେଲସରୁ ଟେକ୍ସାସର ସାନ ଆଣ୍ଟୋନିଓକୁ ପହଞ୍ଚିବା ପରେ (ସ୍ଥାନୀୟ ସମୟ) ପ୍ରାୟ ୧୦ଟା ୨୫ରେ କର୍ମଚାରୀଙ୍କ ମତ୍ୟୁ ଘଟିଥିଲା। ସେହି ସମୟରେ ଫ୍ଲାଇଟ ଇଞ୍ଜିନ ମଧ୍ୟରୁ ଗୋଟିଏ ଚାଲୁଥିଲା, ଫଳରେ କର୍ମଚାରୀ ଏଥିରେ ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ (ଏନଟିଏସବି) କହିଛି ଯେ ଶୁକ୍ରବାର ଟେକ୍ସାସର ସାନ ଆଣ୍ଟୋନିଓ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଞ୍ଜିନ ଦୁର୍ଘଟଣାରେ କର୍ମଚାରୀ ନିଙ୍କର ମୃତ୍ୟୁ ଘଟିଛି। ଏନଟିଏସବି ଏକ ବୟାନରେ କହିଛି ଯେ ସେମାନେ ଆଟଲାଣ୍ଟା ଭିତ୍ତିକ ବିମାନ କମ୍ପାନୀ ସହ ଯୋଗାଯୋଗ କରୁଛନ୍ତି, ଯାହା ଏହି ମାମଲା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି।

Share