ବିନା ମାସ୍କରେ ବିମାନ ଯାତ୍ରା କଲେ ଆମେରିକୀୟ ସାଂସଦ; ଫଟୋ ଭାଇରାଲ

ଓ୍ବାଶିଂଟନ,୧୪।୭: ଆମେରିକୀୟ ସିନେଟର ଟେଡ କ୍ରୁଜ ଏବେ ଚର୍ଚ୍ଚାରେ। ଏବେ ସାରା ବିଶ୍ୱରେ କରୋନା ମହାମାରୀ ଦ୍ରୁତ ବେଗରେ ବଢି ଚାଲିଥିବା ବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଉଛି। ହେଲେ ନିକଟରେ ଆମେରିକୀୟ ସିନେଟର ଟେଡ କ୍ରୁଜ ବିମାନ ଯାତ୍ରା କରୁଥିବା ବେଳେ ମାସ୍କ ନ ପିନ୍ଧିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଳରେ ବିମାନ କମ୍ପାନୀକୁ ମଧ୍ୟ ଏନେଇ ପ୍ରଶ୍ନ କରାଯାଇଛି। ଉକ୍ତ ଫଟୋରେ ସାଂସଦ ଗୋଟିଏ ହାତରେ କଫି ଓ ଅନ୍ୟ ହାତରେ ମୋବାଇଲ ଫୋନ୍‌ ଧରିଥିବା ଦେଖାଯାଇଛି। ତେବେ ବିମାନ ମଧ୍ୟରେ ମାସ୍କ ନ ପିନ୍ଧିବାକୁ ନେଇ ସାଂସଦଙ୍କ ସହଯୋଗୀ କହିଛନ୍ତି ଯେଉଁ ସମୟରେ ତାଙ୍କ ଫଟୋ ଉଠାଯାଇଛି ସେ ସମୟରେ ସେ କଫି ପିଉଥିଲେ। ତେଣୁ ମାସ୍କ ପିନ୍ଧି ନାହାଁନ୍ତି। ଅନ୍ୟପଟେ ଆମେରିକା ଏୟାରଲାଇନ୍ସ କହିଛି ସୁରକ୍ଷା ଦୃଷ୍ଟିରୁ ମାସ୍କ ପିନ୍ଧିବା ଜରୁରୀ।

Share