ଓ୍ବାଶିଂଟନ,୧୬।୨ : ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ମାମଲା ସାମ୍ନାକୁ ଆସିଛି। ଟେକ୍ସାସର ଏଲ ପାସୋରେ ଜଣେ ବନ୍ଧୁକଧାରୀ ଏକ ଶପିଂ ମଲରେ ପ୍ରବେଶ କରି ଚାରି ଜଣଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହା ବ୍ୟତୀତ ଅନ୍ୟ ଜଣେ ସନ୍ଦିଗ୍ଧଙ୍କୁ ଖୋଜା ଚାଲିଛି।
ପୋଲିସ କହିଛି ଯେ ଜଣଙ୍କୁ ଜେଲରେ ରଖାଯାଇଛି। କିନ୍ତୁ ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ଏବଂ ତାଙ୍କ ପାଇଁ ଖୋଜା ଚାଲିଛି। ଏଲ ପାସୋ ପୋଲିସ ଏକ ଟୁଇଟରେ କହିଛି ଯେ ଏହି ଆକ୍ରମଣ ସିଲୋ ଭିସ୍ତା ମଲର ଫୁଡ କୋର୍ଟରେ ଘଟିଛି। ମଲ ଠାରୁ ଦୂରରେ ରହିବାକୁ ସେ ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଛି। କୁହାଯାଇଛି ଯେ ଏହି ମଲ ୱାଲମାର୍ଟର ଅତି ନିକଟ ଅଟେ ଯେଉଁଠାରେ ୨୦୧୯ରେ ଗୁଳି ବିନିମୟରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ କେତେକ ଲୋକ ଆହତ ହୋଇଥିଲେ।