କରୋନା ଭାଇରସ ପରେ ଏବେ ଆମେରିକାବାସୀଙ୍କ ଚିନ୍ତା ବଢାଇଲାଣି ଏମିବା

ୱାଶିଂଟନ,୨୭ ।୯: କରୋନା ଭାଇରସ ସଂକ୍ରମଣ ଯୋଗୁ ଆମେରିକାବାସୀ ଭୟଭିତ ହୋଇଯାଇଥିବା ବେଳେ ଏବେ ପାନୀୟ ଜଳରେ ମସ୍ତିସ୍କକୁ କ୍ଷତି ପହଞ୍ଚାଉଥିବା ଏମିବା ଦେଖିବାକୁ ମିଳିଛି । ଏବେ ଏହାକୁ ନେଇ ୮ ସହରରେ ଆଲର୍ଟ ଜାରି କରାଯାଇଥିବା ଜଣାପଡିଛି । ଏହି ଏମିବା ଦକ୍ଷିଣ ପୂର୍ବ ଟେକ୍ସାସର ପାନୀୟ ଜଳରେ ମିଳିଥିବା କୁହାଯାଉଛି । ସେଠାକାର ଲୋକଙ୍କୁ ଟ୍ୟାପ ପାଣି ବ୍ୟବହାର ନ କରିବାକୁ କୁହାଯାଇଛି । ଏହି ଏମିବାର ନାଁ ନାଗଲେରିୟା ଫାଉଲେରି ବୋଲି କୁହାଯାଉଛି । ଏହା ମଣିଷର ମସ୍ତିସ୍କୁ ନଷ୍ଟ କରି ଦେଇଥାଏ । ଶୁକ୍ରବାର ପ୍ରଥମ କରି ଏହା ପାନୀୟ ଜଳରେ ଦେଖାଯାଇଥିଲା । ତେବେ ଏହି ସମସ୍ୟାର ସମାଧାନ ଶୀଘ୍ର୍ର କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଉଛି । ଏହି ଏମିବା ମାଟି, ଗରମ ହ୍ରଦ, ନଦୀ ଓ ଗରମ ଜଳଧାରାରେ ଦେଖାଯାଇଥାଆନ୍ତି । ଆହୁରି ମଧ୍ୟ ଅନେକ ଦିନ ଧରି ବ୍ୟବହାର କରାଯାଉ ନ ଥିବା ସ୍ୱିମିଂ ପୁଲ ଓ ଫ୍ୟାକ୍ଟ୍ରିରୁ ବାହାରୁଥିବା ଗରମ ପାଣିରେ ବି ରହିଥାଆନ୍ତି । ତେବେ ପ୍ରଶାସନ ପକ୍ଷରୁ ଏବେ ଏହି ମଇଳା ପାଣିକୁୁ ନିଷ୍କାସନ କରିବାକୁ ଚେଷ୍ଟା କରାଯାଉଛି ।

Share