Categories: ଖେଳ

କ୍ୱାର୍ଟରରେ ସିନ୍ଧୁ, ସମୀର

ହାଇଦ୍ରାବାଦ୍‌,୨୧।୧: ବ୍ୟାଙ୍କ୍‌କଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବିଡବ୍ଲ୍ୟୁଏଫ୍‌ ସୁପର-୧୦୦୦ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଦେଶର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ। ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡରେ ମାଲେସିଆର କିସୋନା ସେଲଭାଡରେଙ୍କୁ ୨୧-୧୦, ୨୧-୧୨ ଗେମ୍‌ରେ ହରାଇ ଦେଇଛନ୍ତି। ତାଙ୍କ ଭଳି ବିଜୟ ସହ ଅନ୍ତିମ -୮ ରାଉଣ୍ଡରେ ପ୍ରବେଶ କରିଛନ୍ତି ସମୀର ବର୍ମା। ଅନ୍ୟପକ୍ଷରେ ପରାଜୟ ସହ ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି ଏଚ୍‌ଏସ୍‌ ପ୍ରଣୟ ଓ ଏମ୍‌ଆର ଅର୍ଜୁନ-ଧ୍ରୁବ କପିଲାଙ୍କ ପୁରୁଷ ଡବଲ୍ସ ଯୋଡ଼ି ।

କିସୋନାଙ୍କୁ ହରାଇବା ଲାଗି ସିନ୍ଧୁଙ୍କୁ ଲାଗିଥିବା ୩୫ ମିନିଟ୍‌। ସେ କ୍ୱାର୍ଟର ଫାଇନାଲରେ କାହା ସହ ଖେଳିବେ, ତାହା ସ୍ପଷ୍ଟ ହୋଇନାହିଁ। ସମୀର ସିଧାସଳଖ ଗେମ୍‌(୨୧-୧୨, ୨୧-୧୯)ରେ ଡେନମାର୍କର ରାସମସ ଗେମକେଙ୍କୁ ପରାସ୍ତ କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସେ ଡେନମାର୍କ ଓପନ ଚାମ୍ପିୟନ ତଥା ବିଶ୍ୱର ୩ୟ ର଼୍ୟାଙ୍କଧାରୀ ଆଣ୍ଡେସ ଆଣ୍ଟୋନସେନଙ୍କୁ ଭେଟିବେ।