ସଂସଦରେ ପର୍ନ ଦେଖୁଥିବାବେଳେ ଧରାପଡିଲେ ଏମ୍‌ପି

ବ୍ୟାଙ୍କ୍‌କ,୧୮।୯: ଥାଇଲାଣ୍ଡର ସଂସଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଗୁରୁବାର ଏଠାରେ ବଜେଟ ଉପସ୍ଥାପନ କରାଯାଇଥିଲା। ଏହି ସମୟ ମଧ୍ୟରେ ଜଣେ ଏମ୍‌ପି ମୋବାଇଲରେ ପର୍ନ ଫଟୋ ଦେଖୁଥିବାବେଳେ ଧରାପଡିଥିଲେ। ଏମ୍‌ପିଙ୍କ ନାମ ରୋନାଥେପ ଅନୁଭତ୍‌। ଅଶ୍ଳୀଳ ଫଟୋ ଦେଖୁଥିବାବେଳେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କୁହାଯାଉଛି ଯେ ବଜେଟ ଅଧିବେଶନ ସମୟରେ ରୋନାଥେପ ଅନୁଭତ୍‌ ମୋବାଇଲ ବାହାର କରି ହଠାତ୍‌ ଟେବୁଲ ତଳେ କିଛି ଦେଖିବା ଆରମ୍ଭ କଲେ। ତା’ପରେ ଗ୍ୟାଲେରୀରେ ବସିଥିବା ଖବରଦାତାମାନେ ତାଙ୍କ ଉପରେ ନଜର ପକାଇଲେ। କ୍ୟାମେରାମ୍ୟାନ ଗ୍ୟାଲେରୀରୁ ତାଙ୍କ ଫଟୋ ଉଠାଇଥିଲେ। ଫଟୋରେ ସ୍ପଷ୍ଟ ଭାବେ ଦେଖାଗଲା ଯେ ଏମ୍‌ପି ରୋନାଥେପ ଅନୁଭତ୍‌ ତାଙ୍କ ମୋବାଇଲରେ ଅଶ୍ଳୀଳ ଫଟୋ ଦେଖୁଥିଲେ। ଫଟୋ ଭାଇରାଲ୍‌ ହେବା ପରେ ଅନୁଭତ୍‌ ସଫେଇ ଦେଇ କହିଛନ୍ତି, ତାଙ୍କର ଏକ ମେସେଜ୍‌ ଆସିବାରୁ ସେ ତାକୁ ଖୋଲି ଦେଖିଥିଲେ। ମେସେଜ୍‌ଟି ଜଣେ ଯୁବତୀଙ୍କ ନଗ୍ନ ଫଟୋ ଥିଲା। ସେ ଭାବିଥିଲେ ଜଣେ ଗ୍ୟାଙ୍ଗଷ୍ଟର ଯୁବତୀଙ୍କୁ ଧମକ ଦେଉଛନ୍ତି। କିନ୍ତୁ ପରେ ଯୁବତୀ ଜଣଙ୍କ ଟଙ୍କା ମାଗୁଥିବା ଜଣାପଡିଥିଲା। ଏହା ପରେ ଫଟୋ ଡିଲିଟ କରିଥିବା ସେ କହିଛନ୍ତି।
ଏନେଇ ଅନୁଭତ୍‌ଙ୍କୁ ସମନ ଜାରି କରାଯାଇଛି। ତେବେ ସଂସଦର ବାଚସ୍ପତି ଚୁଆନ ଲିକପାଇ ଏହି ମାମଲାକୁ ବ୍ୟକ୍ତିଗତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୋବାଇଲ ମିଟିଂ ରୁମରେ ବ୍ୟବହାର ନ କରିବାର କୌଣସି ନିୟମ ନାହିଁ। ଆପଣ ଫୋନରେ ଯାହା ଦେଖୁଛନ୍ତି ତାହା ବ୍ୟକ୍ତିଗତ ବିଷୟ। ସାଂସଦ ରୋନାଥେପ ଅନୁଭତ୍‌ଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ। ଉଲ୍ଲେଖନୀୟ କଥା ହେଉଛି, ଥାଇଲାଣ୍ଡ ସଂସଦରେ ଏପରି ଘଟଣା ନୂଆ ନୁହେଁ। ଏହାପୂର୍ବରୁ ୨୦୧୨ରେ ଏମ୍‌ପି ନାଟ ବ୍ୟାନଟେଡଟନ୍‌ ମଧ୍ୟ ସଂସଦରେ ପର୍ନ ଫିଲ୍ମ ଦେଖୁଥିବାବେଳେ ଧରାପଡିଥିଲେ।

Share