ରାଗିଗଲେ ପ୍ରଧାନମନ୍ତ୍ରୀ: ଖବରଦାତାଙ୍କ ଉପରେ ସାନିଟାଇଜର୍‌ ସିଞ୍ଚିଲେ

ବ୍ୟାଙ୍କକ୍‌,୧୦।୩: ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ ସଚା ନିଜ ବ୍ୟବହାରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ଖବରଦାତାଙ୍କୁ ଉପରକୁ ରାଗିଯାଇ ସାନିଟାଇଜର୍‌ ସିଞ୍ଚି ଥିଲେ। ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳ ବିସ୍ତାର ବିଷୟରେ ପଚରାଯିବାର ସେ ଏତେ ରାଗିଯାଇଥିଲେ ଯେ ନିଜ ଚୌକିରୁ ଉଠି ଖବରଦାତାଙ୍କୁ ଉପରେ ସାନିଟାଇଜର୍‌ ସିଞ୍ଚିବା ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ ଓଚା ପ୍ରତି ସପ୍ତାହରେ ଖବରଦାତା ସମ୍ମିଳନୀ କରନ୍ତି। ଗତ ସପ୍ତାହରେ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ସେ ପ୍ରଶ୍ନର ଉତ୍ତର ଦେଇଥିଲେ। ଜଣେ ଖବରଦାତା ତାଙ୍କୁ ମନ୍ତ୍ରୀମଣ୍ଡଳ ବାବଦରେ ପଚାରିବାରୁ ସେ ରାଗିଯାଇ କହିଥିଲେ, ତୁମେ ତୁମ କାମ କର, ମୋ ମୋ କାମ କରିବାକୁ ଦିଅ ବୋଲି କହିଥିଲେ।

Share