ଖୁସି ଖବର: ବିନା ଭିଜାରେ ଯାଇହେବ ଥାଇଲ୍ୟାଣ୍ଡ, ସରକାର କଲେ ଘୋଷଣା

ନୂଆଦିଲ୍ଲୀ/ବ୍ୟାଙ୍କକ୍‌,୩୧।୧୦: ଭାରତରୁ ଥାଇଲ୍ୟାଣ୍ଡ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ଥାଇଲ୍ୟାଣ୍ଡ ଯିବା ପାଇଁ ସେମାନଙ୍କୁ ଆଉ ଭିଜା ଦରକାର ହେବ ନାହିଁ । ଥାଇଲ୍ୟାଣ୍ଡର ସରକାରୀ ମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ ତାଇୱାନରୁ ଆସୁଥିବା ଲୋକଙ୍କ ପାଇଁ ଭିଜା ଆବଶ୍ୟକତା ଛାଡ କରାଯିବ। ରଏଟର୍ସ ଅନୁଯାୟୀ, ଏହି ଛାଡ ଆସନ୍ତା ମେ’ ୨୦୨୪ ପର୍ଯ୍ୟନ୍ତ ଦିଆଯିବ। ଥାଇଲ୍ୟାଣ୍ଡ ସରକାରର ମୁଖପାତ୍ର ଚାଇ ୱାଚାରୋଙ୍କେ କହିଛନ୍ତି, ଭାରତ ଏବଂ ତାଇୱାନରୁ ଆସୁଥିବା ଲୋକମାନେ ୩୦ ଦିନ ପାଇଁ ବିନା ଭଜାରେ ଥାଇଲ୍ୟାଣ୍ଡରେ ପ୍ରବେଶ କରିପାରିବେ।

ବର୍ତ୍ତମାନ ଭାରତର ଯାତ୍ରୀଙ୍କୁ ୨ ଦିନିଆ ଥାଇଲ୍ୟାଣ୍ଡ ଭିଜା ପାଇଁ ୨୦୦୦ ଭାଟ (ପ୍ରାୟ ୫୭ ଡଲାର) ଦେବାକୁ ପଡିବ। ଆସନ୍ତା ବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ରାଜସ୍ବକୁ ୩.୩ ଟ୍ରିଲିୟନ ଭାଟକୁ ବୃଦ୍ଧି କରିବାକୁ ଥାଇଲ୍ୟାଣ୍ଡର ନୂତନ ସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁଥିରେ ଭ୍ରମଣ ଶିଳ୍ପ ସର୍ବୋତ୍ତମ ସ୍ବଳ୍ପକାଳୀନ ଅର୍ଥନୈତିକ ଉତ୍ସାହ ଯୋଗାଇଥାଏ । ବ୍ୟାଙ୍କ ଅଫ ଥାଇଲ୍ୟାଣ୍ଡ ତଥ୍ୟ ଅନୁଯାୟୀ ଜିଡିପିର ପ୍ରାୟ ୧୨% ଏବଂ ଚାକିରିର ଏକ ପଞ୍ଚମାଂଶ ପର୍ଯ୍ୟଟନ ଯୋଗଦାନ କରିଥାଏ।

 

Share