ଥାଇଲାଣ୍ଡ ଯୁଦ୍ଧପୋତ ସମୁଦ୍ରରେ ବୁଡ଼ିଲା, ୩୧ ନିଖୋଜ-୭୫ ଉଦ୍ଧାର…

ବ୍ୟାଙ୍କକ,୧୯।୧୨ : ଥାଇଲାଣ୍ଡ ନୌସେନାର ଏକ ଯୁଦ୍ଧପୋତ ସମୁଦ୍ରରେ ବୁଡ଼ି ଯାଇଛି। ଏଥିରେ ୧୦୦ ରୁ ଅଧିକ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୩୧ ଜଣ ନିଖୋଜ ଥିବା ଜଣାଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ରବିବାର ସନ୍ଧ୍ୟାରେ ଥାଇଲାଣ୍ଡ ଗଲ୍ଫରେ ପ୍ରବଳ ପବନ ଏବଂ ସମୁଦ୍ର ଲହଡ଼ି ଯୋଗୁଁ ରୟାଲ ଥାଇ ନୌସେନାର ଏଚଟିଏମଏସ ସୁଖୋଥାଇ କର୍ଭେଟ ବୁଡ଼ି ଯାଇଛି। ଉଦ୍ଧାର ପାଇଁ ଜାହାଜ ଏବଂ ହେଲିକପ୍ଟର ନିୟୋଜିତ କରାଯାଇଛି।

ସୂଚନା ପାଇବା ପରେ ରୟାଲ ନୌସେନା ତିନୋଟି ଜାହାଜ ଏବଂ ଦୁଇଟି ହେଲିକପ୍ଟର ପଠାଇ ମୋବାଇଲ ପମ୍ପିଂ ମେସିନ ଦ୍ୱାରା ଯୁଦ୍ଧପୋତରୁ ପାଣି ବାହାର କରିବା କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ ପ୍ରବଳ ପବନ ଯୋଗୁଁ ସେମାନେ ବିଫଳ ହୋଇଥିଲେ।

 

Share