ଠାକୁରଙ୍କ ଜନ୍ମଦିବସରେ ବିଶ୍ୱ ଭାତୃତ୍ୱର ବାର୍ତ୍ତା

ଢେଙ୍କାନାଳ,୧୮।୯(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ତାଳବରକୋଟସ୍ଥିତ ଡିଭାଇନ ୟୁନିଭରସିଟି ସତ୍‌ସଙ୍ଗ ପକ୍ଷରୁ ୧୪ ତାରିଖ ଦିନ ଶ୍ରୀଶ୍ରୀ ଠାକୁରଙ୍କର ଜନ୍ମ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶାରୁ ସମଗ୍ର ପୃଥିବୀକୁ ମାନବିକତା, ପରିବେଶ ସଚେତନତା ଓ ବିଶ୍ୱ ଭାତୃତ୍ୱ ଏବଂ ସୁରକ୍ଷାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହୋତ୍ସବରେ ରଥାରୁଢ଼ ସୁଶୋଭିତ ଶ୍ରୀଶ୍ରୀ ଠାକୁରଙ୍କର ପ୍ରତିକୃତି ଓ ଶ୍ରଦ୍ଧାଳୁଙ୍କ ମଶାଲ ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ ପୁରସ୍କାର ବିତରଣ, ଭଜନ କିର୍ତ୍ତନ, ଗ୍ରନ୍ଥପାଠ, ପ୍ରାର୍ଥନା, ନାମଜପ ଓ ଧ୍ୟାନ, ଆଲୋଚନାଚକ୍ର, ଖେଳକୁଦ, ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ସମାଜସେବୀ ଜୟକୃଷ୍ଣ ଜେନା, ପୂର୍ବତନ ସରପଞ୍ଚ ହେମନ୍ତ କୁମାର ଜେନା, ସତସଙ୍ଗ ସହପ୍ରତି ରିତିକ ବୁଦ୍ଧିମନ୍ତ ସାହୁ, କ୍ରୀଡା ଶିକ୍ଷକ ରମେଶଚନ୍ଦ୍ର ସାହୁ, ଜେସିଓ ଦେବାଶିଷ ଜେନା, ଯୋଗଗୁରୁ ଦିଲୀପ କୁମାର ଶତପଥୀ, ସରପଞ୍ଚ ପ୍ରଣୟିନୀ ଜେନା, ଶିକ୍ଷାବିତ ଭରତଚନ୍ଦ୍ର ସାହୁ, କୃଷିବିତ୍‌ ସନାତନ ମହାନ୍ତି, ପାଇକ ଦଳପତି ଧନେଶ୍ୱର ଧଳ ପ୍ରମୁଖ ଯୋଗଦେଇ ସତସଙ୍ଗ ପତାକା ଉତୋଳନ କରିବା ସହିତ ସତସଙ୍ଗ ଜାତୀୟ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପାଲଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି, ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ସାଧୁ ସଦାନନ୍ଦ ମହାରାଜ, ବ୍ରହ୍ମାକୁମାରୀ ଉଷା, ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତ, ଗ୍ରାମ୍ୟ ଆଚାର୍ଯ୍ୟ ପ୍ରଭାତ କୁମାର ସାହୁ, ସମାଜସେବୀ ବିଶ୍ୱପ୍ରିୟ ପଟ୍ଟନାୟକଙ୍କ ସମେତ ନାରାୟଣ ଦାସ, ଡ. ମାନସୀ କର, କୈଳାସଚନ୍ଦ୍ର ରାଉତ, ସୁବାସ ଚନ୍ଦ୍ର ହୋତା, ଡ. ଜୟଶ୍ରୀ ସିଂ, ଡ. ଚନ୍ଦନ ସୁବୁଦ୍ଧି, ଟଙ୍କଧର ବେହେରା, ବାହାଦୁର ପାଟସାହାଣୀ, ମହାବୀର ପ୍ରସାଦ ତ୍ରିପାଠୀ, ଉପମା ସାମଲ, ଅଜିତାନନ୍ଦ ବିହାରୀ, ତାହେରଅଲୀ ଖାଁ, ରବି ନତାୟ ଦାସ, ପରେଶ କୁମାର ସାହୁ, ପ୍ରକାଶ କୁମାର ମଲ୍ଲିକ, ବାଲାରସେନ ପାଢୀ, ନବକିଶୋର ଧଳ, ଅକ୍ଷୟ କୁମାର ଜେନା, ଡ. ହରପ୍ରସାଦ ସାହୁ, ନିରଞ୍ଜନ ବେହେରା, ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।